ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ଅମୃତ ଭାରତ ଷ୍ଟେସନ ଯୋଜନାରେ ପୂର୍ବତଟ ରେଳପଥକୁ ଯେତିକି ଅର୍ଥ ଆବଣ୍ଟନ ହେଉଛି, ତାହା ଖର୍ଚ୍ଚ ହେଉ ନାହିଁ। ୨୦୨୧-୨୨ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ଅଧୀନ ଷ୍ଟେସନଗୁଡ଼ିକର ଉନ୍ନତୀକରଣ ଲାଗି ୮୯.୦୩ କୋଟି ଆବଣ୍ଟିତ ହୋଇଥିଲା। ସେଥିମଧ୍ୟରୁ ମାତ୍ର ୬୬.୯୯ କୋଟି ଅର୍ଥାତ୍ ୭୫.୨୪% ଖର୍ଚ୍ଚ କରାଯାଇଥିଲା। ଚଳିତ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥକୁ ୧୦୯.୫୩ କୋଟି ଆବଣ୍ଟିତ ହୋଇଥିବା ବେଳେ ୯ ମାସ ମଧ୍ୟରେ ୬୧.୦୬ କୋଟି ଅର୍ଥାତ୍ ୫୫.୭୪% ଅର୍ଥ ଖର୍ଚ୍ଚ ହୋଇଛି। ବାକି ଥିବା ଅର୍ଥ ମାର୍ଚ୍ଚ ୩୧ ସୁଦ୍ଧା ଖର୍ଚ୍ଚ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।
ଡିସେମ୍ବର ସୁଦ୍ଧା ଖର୍ଚ୍ଚ ହୋଇଛି ମାତ୍ର ୫୫.୭୪%
ଅମୃତ ଭାରତ ଯୋଜନାରେ ୧୨୭୫ ଷ୍ଟେସନ ସାମିଲ
ଉତ୍ତର ପ୍ରଦେଶର ସର୍ବାଧିକ ୧୪୯, ଓଡ଼ିଶାରୁ ୫୭
ଅନ୍ୟପଟରେ ପୂର୍ବତଟ ରେଳପଥ ତୁଳନାରେ ଉତ୍ତରାଞ୍ଚଳ ରେଳପଥ ଅଧିକ ଖର୍ଚ୍ଚ କରିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଉତ୍ତରାଞ୍ଚଳ ରେଳପଥକୁ ୨୩୫.୩୭ କୋଟି ଆବଣ୍ଟିତ ହୋଇଥିଲା। ଡିସେମ୍ବର ସୁଦ୍ଧା ସେମାନେ ୨୮୨.୩୦ କୋଟି ଖର୍ଚ୍ଚ କରିସାରିଲେଣି। ବାକି ସମସ୍ତ ରେଳପଥ ଆବଣ୍ଟନଠାରୁ କମ୍ ଖର୍ଚ୍ଚ କରିଥିବା ତଥ୍ୟ ସାମ୍ନାକୁ ଆସିଛି।
ଅମୃତ ଭାରତ ଯୋଜନାରେ ଦେଶର ଛୋଟ ବଡ଼ ଷ୍ଟେସନଗୁଡ଼ିକରେ ଯାତ୍ରୀଙ୍କ ଲାଗି ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏବେ ସୁଦ୍ଧା ୧୨୭୫ଟି ରେଳ ଷ୍ଟେସନକୁ ଉକ୍ତ ଯୋଜନାରେ ସାମିଲ ହୋଇଛି। କେଉଁ ରାଜ୍ୟର କେତେ ଷ୍ଟେସନର ବିକାଶ ହେବ ତାହାର ତାଲିକା ମଧ୍ୟ ପ୍ରସ୍ତୁତ କରିସାରିଛି ମନ୍ତ୍ରଣାଳୟ। ୧୨୭୫ ଷ୍ଟେସନ ମଧ୍ୟରୁ ଉତ୍ତର ପ୍ରଦେଶର ସର୍ବାଧିକ ୧୪୯ ଷ୍ଟେସନ ଥିବା ବେଳେ ମହାରାଷ୍ଟ୍ରର ୧୨୩, ପଶ୍ଚିମବଙ୍ଗର ୯୪, ଗୁଜରାଟର ୮୭, ବିହାରର ୮୬, ରାଜସ୍ଥାନର ୮୨, ମଧ୍ୟପ୍ରଦେଶର ୮୦, ତାମିଲନାଡ଼ୁର ୭୩, ଆନ୍ଧ୍ରପ୍ରଦେଶର ୭୨, ଓଡ଼ିଶା ଓ ଝାଡ଼ଖଣ୍ଡର ୫୭ଟି ଲେଖାଏ ଷ୍ଟେସନ ରହିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଷ୍ଟେସନଗୁଡ଼ିକର ବିକାଶ ଲାଗି ୨୩୪୪ କୋଟି ଟଙ୍କା ଆବଣ୍ଟିତ ହୋଇଥିବା ବେଳେ ୧୯୯୫.୭୫ କୋଟି ଖର୍ଚ୍ଚ ହୋଇଥିଲା। ୨୦୨୨-୨୩ ତଥା ଚଳିତ ଆର୍ଥିକ ବର୍ଷରେ ୨୬୯୯.୯୮ କୋଟି ମଧ୍ୟରୁ ଡିସେମ୍ବର ସୁଦ୍ଧା ୧୩୭୧.୨୪ କୋଟି ଖର୍ଚ୍ଚ ହୋଇଛି।
ଏହି ଯୋଜନାରେ ପ୍ରଥମେ ଓଡ଼ିଶାର ୩୪ଟି ଷ୍ଟେସନର ଆଧୁନିକୀକରଣ କରିବାକୁ ଯୋଜନା ହୋଇଥିଲା। ଏବେ ଷ୍ଟେସନ ସଂଖ୍ୟା ୫୭କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ପୁରୀ, ଭୁବନେଶ୍ବର ଓ କଟକ ରେଳ ଷ୍ଟେସନର ଉନ୍ନତିକରଣ ଲାଗି ନକ୍ସା ପ୍ରସ୍ତୁତ ସହ କାମ ଆରମ୍ଭ ହୋଇଛି। ପୁରୀରେ ଷ୍ଟେସନ କାମ ଚାଲିଥିବା ବେଳେ ଭୁବନେଶ୍ବରରେ ଭିତ୍ତିଭୂମି ସମ୍ପ୍ରସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି। କଟକ ରେଳ ଷ୍ଟେସନର ବିକାଶ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ୨୮୨.୫୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଷ୍ଟେସନ କାର୍ଯ୍ୟ ୨୪ ମାସ ମଧ୍ୟରେ ଶେଷ ହେବ। ମାର୍ଚ୍ଚ ସୁଦ୍ଧା ପାଖାପାଖି ୮୦% ଅର୍ଥ ଖର୍ଚ୍ଚ ହେବ ବୋଲି ପୂର୍ବତଟ ରେଳପଥର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଉକ୍ତ ୩ଟି ପ୍ରମୁଖ ଷ୍ଟେସନ ବ୍ୟତୀତ ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ବରଗଡ଼ ରୋଡ, ବାରିପଦା, ଭଦ୍ରକ, ଭାବନୀପାଟଣା, ବ୍ରହ୍ମପୁର, ଢେଙ୍କାନାଳ, ଜୟପୁର, ଝାରସୁଗୁଡ଼ା, କଣ୍ଟାବାଞ୍ଜି, କେନ୍ଦୁଝରଗଡ଼, ଖୋର୍ଦ୍ଧା ରୋଡ, କୋରାପୁଟ, ନୂଆ ଭୁବନେଶ୍ବର, ପାରାଦୀପ, ପାରଳାଖେମୁଣ୍ଡି, ରେଢାଖୋଲ, ରାଇରଙ୍ଗପୁର, ରାଜଗାଙ୍ଗପୁର, ରାଉରକେଲା, ସମ୍ବଲପୁର, ସମ୍ବଲପୁର ସିଟି, ତାଳଚେର, ତାଳଚେର ରୋଡ, ଟିଟିଲାଗଡ଼ ପରି ରେଳ ଷ୍ଟେସନ ରହିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l