ଅପରାଧ ରାଜ୍ୟ

ଘରେ ପଶି ମହିଳାଙ୍କୁ ଗୁଳିମାଡ଼: ଗରୁତର ଅବସ୍ଥାରେ ବୁର୍ଲା ଭିମସାରରେ ଭର୍ତ୍ତି

ଦେବଗଡ଼: ଦେବଗଡ଼ ଜିଲ୍ଲାର ବାରକୋଟ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ସିଂହଶାଳ ପଞ୍ଚାୟତର କଦୋଗୁଡ଼ା ଗାଁର ଜଣେ ମହିଳାଙ୍କୁ କେହି ଜଣେ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର୍ ହୋଇଯାଇଛି । ଏଣେ ମହିଳାଜଣକ ଗୁରୁତର ଅବସ୍ଥାରେ ବୁର୍ଲା ଭିମସାରରେ ଭର୍ତ୍ତି ହୋଇଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, କଦୋଗୁଡ଼ାର ରୁକ୍ମିଣୀ ମହନ୍ତ(୩୦) ଗତକାଲି ରାତିରେ ନିଜ ଘରେ ଏକୁଟିଆ ଥିଲେ। ସେ ରୋଷେଇ କରୁଥିବା ବେଳେ କେହି ଜଣେ ଦୁର୍ବୃତ୍ତ କବାଟ ବାଡ଼େଇଥିଲେ। ରୁକ୍ମିଣୀ କବାଟ ଖୋଲିବାମାତ୍ରେ ତାଙ୍କୁ ଉପରକୁ ଉକ୍ତ ଦୁର୍ବୃତ୍ତ ଗୁଳିମାଡ଼ କରି ପଳାଇଥିଲା।

ଏଣେ ରୁକ୍ମିଣୀଙ୍କ ଚିତ୍କାର ଶୁଣି ପାଖପଡ଼ୋଶୀ ଧାଇଁ ଆସିଥିଲେ। ସେମାନେ ତାଙ୍କୁ ପ୍ରଥମେ ବାରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ରୁକ୍ମିଣୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତର ବୁର୍ଲା ଭିମସାରକୁ ରେଫର୍ କରିଥିଲେ। ଏବେ ରୁକ୍ମିଣୀ ବୁର୍ଲା ଭିମସାରରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ତେବେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି।

ତେବେ ଗୁଳିକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି। ରୁକ୍ମିଣୀ ହେଉଛନ୍ତି ରାଜେଶ ମହନ୍ତଙ୍କର ସ୍ତ୍ରୀ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।