ରାଜ୍ୟ ସ୍ପେଶାଲ ରିପୋର୍ଟ

ହାଟଡିହି ତହସିଲରେ ଜାଲ ରସିଦରେ ଅର୍ଥ ହଡ଼ପ ଘଟଣା: ଏକାଧିକ ବ୍ୟକ୍ତିଙ୍କୁ ଜାଲ୍‌ ରସିଦ ଦେଇ ଜରିମାନା ଅର୍ଥ ହଡ଼ପ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲରେ ଜାଲ୍ ରସିଦ ଦେଇ ଅର୍ଥ ହଡ଼ପ ଘଟଣାରେ ଲୋକାୟୁକ୍ତଙ୍କ ନିର୍ଦେଶରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ କରାଯାଇଥିଲା। ଭିଜିଲାନ୍ସ ତଦନ୍ତ ବେଳେ ଜାଲିଆତି ହୋଇଥିବା ସ୍ପଷ୍ଟ ହୋଇଛି। କେବଳ ଜଣେ ନୁହେଁ ଏକାଧିକ ଲୋକଙ୍କୁ ଜାଲ୍‌ ରସିଦ ଦିଆଯାଇ ସେମାନଙ୍କ ଠାରୁ ଆଦାୟ ହୋଇଥିବା ଜରିମାନା ରାଶି ସରକାରଙ୍କ ତହବିଲ ଜମା କରାଯିବା ପ‌ରିବର୍ତ୍ତେ ହଡ଼ପ କରାଯାଇଥିବା ଜଣାପଡ଼ିଛି। ଏନେଇ ଭିଜିଲାନ୍ସ ପକ୍ଷରୁ ୨୫୬ ପୃଷ୍ଠାର ଏକ ବିସ୍ତୃତ ରିପୋର୍ଟ ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରାଯାଇଛି।

ଭିଜିଲାନ୍ସ ରିପୋର୍ଟରେ ଦର୍ଶାଯାଇଛି ଯେ, ଶାଳଣିଆର ଦେବବ୍ରତ ନାଏକଙ୍କ ଏକ ଟ୍ରାକ୍ଟର (ଓଡି-୨୨-ଏମ୍‌-୩୧୮୧) ବାଲି ଚାଲାଣ କରୁଥିବା ବେଳେ ତହସିଲ ପକ୍ଷରୁ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା କରାଯାଇଥିଲା। ଏନେଇ ତାଙ୍କୁ ରସିଦ ମଧ୍ୟ ଦିଆଯାଇଥିଲା। ମାତ୍ର, ତହସିଲର କାଗଜପତ୍ର ଯାଞ୍ଚ ବେଳେ ସରକାରୀ ତହବିଲରେ ମାତ୍ର ୫ ହଜାର ଟଙ୍କା ଦାଖଲ ହୋଇଛି। ସେହିପରି ସନ୍ଦୀପ ରାଉତଙ୍କ ଟ୍ରାକ୍ଟର (ଓଡି-୦୯-ଏଲ୍‌-୧୧୨୮) ବାଲି ଚାଲାଣ କରୁଥିବା ବେଳେ ତାଙ୍କୁ ୩୦ ହଜାର ଟଙ୍କା ଜରିମାନା କରାଯାଥିଲା। ଯାଞ୍ଚ ବେଳେ ତହସିଲ‌ରେ ଥିବା ଅସଲି ରସିଦରେ ୩୦ ହଜାର ବଦଳରେ ୨୦ ହଜାର ଟଙ୍କା ଲେଖାଯାଇଥିଲା। ଫଳରେ ବାକି ୧୦ ହଜାର ଟଙ୍କା ସରକାର ତହବିଲ ପରିବର୍ତ୍ତେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ପକେଟ୍‌କୁ ଯାଇଥିଲା। ଏହିଭଳି ଭାବେ ଜାଲ୍‌ ରସିଦ ଦେଇ ଏକାଧିକ ବ୍ୟକ୍ତିଙ୍କଠାରୁ ପୂର୍ବତନ ତହସିଲଦାର ଗାୟତ୍ରୀ ସୋରେନ, କିରାଣି ଶ୍ରୀକାନ୍ତ ଜେନା, ଚେନ୍‌ମ୍ୟାନ୍‌ ଅଭିମନ୍ୟୁ ଭୂୟାଁ ଜରିମାନା ଆଦାୟ କରି ତାହାକୁ ହଡ଼ପ କରିଥିବା ଭିଜିଲାନ୍ସ ପକ୍ଷରୁ ଲୋକାୟୁକ୍ତଙ୍କ ପାଖରେ ଦାଖଲ ହୋଇଥିବା ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି।

କ୍ଷମତା ବଳରେ ତହସିଲ କର୍ତ୍ତୃପକ୍ଷ ଲଘୁଖଣିଜ ସମ୍ପଦ ଚାଲାଣ କରୁଥିବା ଗାଡ଼ି ମାଲିକଙ୍କ ଠାରୁ ଜରିମାନା ଆଦାୟ କରୁଛନ୍ତି। ଜରିମାନା ଅର୍ଥରୁ କିଛି ସରକାରୀ ତହବିଲରେ ଜମା ହେଉଥିବା ବେଳେ ଅବଶିଷ୍ଟ ଅଧିକାରୀ ଓ କର୍ମଚାରୀ ବାଣ୍ଟି ନେଉଛନ୍ତି। ଦୁଇ ଦୁଇଟି ରସିଦ ବହି ବ୍ୟବହାର କରାଯାଇ ଏଭଳି ଯୋଜନାବଦ୍ଧ ଲୁଟ୍‌ ଚାଲିଛି। କେବଳ ଯେ ହାଟଡିହି ତହସିଲ ନୁହେଁ ରାଜ୍ୟର ପ୍ରାୟ ସବୁ ତହସିଲରେ ଏପରି ଚାଲିଥିବା ଅନୁମାନ କରାଯାଉଛି। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।