ଖେଳ ରାଜ୍ୟ ସ୍ପେଶାଲ ରିପୋର୍ଟ

ସଞ୍ଜିତ ମେମୋରିଆଲ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ, ଭୁବନେଶ୍ୱର ଚମ୍ପିଆନ୍‌

ଚଣ୍ଡିଖୋଲ ୨୧।୧୧ : ସଞ୍ଜିତ୍‌ ମେମୋରିଆଲ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପନ । ଏହି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ୱର ଚମ୍ପିଆନ୍‌ ହୋଇଛି । ଗୋଲକୁଣ୍ଡକୁ ୭୩ ରନ୍‌ରେ ପରାସ୍ତ କରିଛି ଭୁବନେଶ୍ୱର ସାଇ ଇଲେଭନ୍‌ କ୍ରିକେଟ୍‌ ଟିମ୍‌ ।

ଖବର ଅନୁଯାୟୀ, ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଦର୍ପଣ ପଞ୍ଚାୟତରେ ସାମଲ କ୍ରିକେଟ୍‌ କ୍ଲବ ଓ କୋଲସାହି ପାଟଣା ଆନୁକୁଲ୍ୟରେ ଆରମ୍ଭ ହୋଇଥିଲା ସଞ୍ଜିତ୍‌ ମେମୋରିଆଲ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ । ଶେଷରେ ରବିବାର ଦିନ ଏହି ଟୁର୍ଣ୍ଣାମେଣ୍ଟରେ ଉଦ୍‌ଯାପନୀ ଉତ୍ସବ ଥିଲା । ଫାଇନାଲ୍‌ ମୁକାବିଲରେ ଭୁବନେଶ୍ୱର ସାଇ ଇଲେଭେନ୍‌ କ୍ରିକେଟ୍‌ ଟିମ୍‌ ବିଏମ୍‌ସିସି ଗୋଲକୁଣ୍ଡକୁ ୭୩ ରନ୍‌ରେ ପରାସ୍ତ କରି ଚମ୍ପିଆନ୍‌ ହୋଇଛି ।

ତେବେ ପ୍ରଥମ ଟସ୍‌ ଜିତି ଭୁବନେଶ୍ୱର ନିର୍ଦ୍ଧାରିତ ୨୦ଓଭରରେ ବ୍ୟାଟିଂ କରି ୯ଓ୍ୱିକେଟ୍‌ ହରାଇ ୨୦୩ ରନ୍‌ କରିଥିଲା । ଦଳ ପକ୍ଷରୁ ଅରବିନ୍ଦ ସିଂ ୨୬ ବଲ୍‌ରୁ ୬୬ ରନ୍‌ ସଂଗ୍ରହ କରିଥିବା ବେଳେ ଗୋଲକୁଣ୍ଡର ଉଦୟ ଶଙ୍କର ଜେନା ୪ଟି ଓ୍ୱିକେଟ୍‌ ନେଇଥିଲେ । ଜବାବରେ ଗୋଲକୁଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ଓ୍ୱିକେଟ୍‌ ହରାଇ ୧୩୦ରନ୍‌ ସଂଗ୍ରହ କରି ପରାସ୍ତ ହୋଇଥିଲେ । ଦଳ ପକ୍ଷରୁ ଉଦୟ ଶଙ୍କର ଜେନା ୨୫ ବଲ୍‌ରେ ୩୮ ରନ କରିଥିବା ବେଳେ ଭୁବନେଶ୍ବରର ହିତେଶ କୁମାର ନାୟକ ୨ ଓଭର ବୋଲିଂ କରି ୧୬ ରନ ଦେଇ ୨ ୱେକେଟ୍ ନେଇଥିଲେ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ