ଖେଳ ଦେଶ ବିଦେଶ

ସଚ୍ଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ, ରଚିଲେ ଆଉ ଏକ ଇତିହାସ…

କାନବେରା ୦୨।୧୨: ଇତିହାସର ଫର୍ଦ୍ଦରେ ବିରାଟ କୋହଲିଙ୍କ ଆଉ ଗୋଟିଏ ପୃଷ୍ଠା । ଅଷ୍ଟ୍ରେଲିଆ ବିରୋଧରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ବିରାଟ କୋହଲି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ତୃତୀୟ ଦିନିକିଆରେ ୨୩ ରନ୍‌ ସଂଗ୍ରହ କରି ବିରାଟ କୋହଲି ବିଶ୍ୱର ସବୁଠାରୁ ଦ୍ରୁତତମ ଖେଳାଲି ଭାବେ ୧୨ହଜାର ରନ୍ ସଂଗ୍ରହ କରିଛନ୍ତି । ବିଶ୍ୱ କ୍ରିକେଟରେ ସବୁଠାରୁ ଦ୍ରୁତତମ ୧୨ହଜାର ରନ୍‌ କରିବାରେ ବିରାଟ କୋହିଲ ମହାନ ବ୍ୟାଟସମ୍ୟାନ୍‌ ସଚ୍ଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଦେଇଛନ୍ତି । ଏହାପୂର୍ବରୁ ଏହି ରେକର୍ଡ କେବଳ ସଚ୍ଚିନଙ୍କ ନାମରେ ରହିଥିଲେ । ଯାହାକୁ ଆଜି ବିରାଟ କୋହଲି ଭାଙ୍ଗିଛନ୍ତି ।

ବିରାଟ କୋହିଲ ମାତ୍ର ୨୪୨ପାରି ଖେଳି ଦିନିକିଆ କ୍ରିକେଟରେ ୧୨ହଜାର ରନ୍‌ ପୂରଣ କରିଛନ୍ତି । ଏହାପୂର୍ବରୁ ଦିନିକିଆ କ୍ରିକେଟରେ ସବୁଠାରୁ ଦ୍ରୁତ ଭାବେ ୧୨ହଜାର ରନ୍‌ ପୂରଣ କରିବାର ରେକର୍ଡ ସଚ୍ଚିନ ତେନ୍ଦୁଲକରଙ୍କ ନାଁରେ ରହିଥିଲେ । ସଚ୍ଚିନ ତେନ୍ଦୁଲକର ୩୦୦ ପାରି ଖେଳି ଦିନିକିଆ କ୍ରିକେଟରେ ୧୨ହଜାର ରନ୍‌ ପୂରଣ କରିଥିଲେ । ତେବେ ସଚ୍ଚିନଙ୍କ ତୁଳନାରେ ବିରାଟ କୋହଲି ୫୮ଟି ପାରି ପଛରେ ଥାଇ ଏହି ରେକର୍ଡ ହାସଲ କରିଛନ୍ତି ।

ସେହିପରି ବିରୋଟ କୋହଲିଙ୍କ ବ୍ୟତୀତ ଆଉ ୫ଖେଳାଳି ଏହି ରେକର୍ଡ କରିଛନ୍ତି । ସେମାନଙ୍କ ମଧ୍ୟରେ ସଚ୍ଚିନ ତେନ୍ଦୁଲକର, ଜୟସୂରିଆ, କୁମାର ସାଙ୍ଗକାରା, ରିକି ପଣ୍ଟିଂ ଓ ମାହେଲା ଜୟବର୍ଦ୍ଧନେ ହିଁ ୧୨ହଜାର ରନ୍‌ କରିବାରେ ସଫଳ ହୋଇଥିଲେ । ବିରାଟ କୋହଲି ବର୍ତ୍ତମାନ ସମୟରେ ବିଶ୍ୱ କ୍ରିକେଟର ନମ୍ବର ୧ ବ୍ୟାଟସମ୍ୟାନ୍‌ । ବିରାଟଙ୍କ ନାମରେ ଦିନିକିଆ କ୍ରିକେଟର ଦ୍ରୁତତନ ୮ହଜାର ରନ (୧୭୫ ପାରି), ୯ହଜାର ରନ୍‌ (୧୯୪ ପାରି), ୧୦୦୦୦(୨୦୫ ପାରି) ଏବଂ ୧୧୦୦୦ରନ୍‌ (୨୨୨ ପାରି)ରେ ପୂରଣ କରିବାର ରେକର୍ଡ କରିଛି ।

ବିରାଟ କୋହଲି ଦିନିକିଆ କ୍ରିକେଟ ଇତାହସରେ ସବୁଠାର ଜଣେ ଉଚ୍ଚକୋଟୀର ବ୍ୟାଟସମ୍ୟାନ । ବିରାଟ କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ ଦିନିକିଆ କ୍ରିକେଟରେ ୨୫୦ଟି ମ୍ୟାଚ୍‌ ଖେଳି ୫୯.୨୯ ପ୍ରତିଶତରେ ୧୧୯୭୭ରନ୍‌ ସଂଗ୍ରହ କରିଛନ୍ତି । ବିରାଟ କୋହଲି ଦିନିକିଆ କ୍ରିକେଟରେ ୪୩ଟି ଶତକ ଓ ୫୯ଟି ଅର୍ଦ୍ଧଶତକ ହାସଲ କରିସାରିଛନ୍ତି । ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ଠାରୁ ସବୁଠାରୁ ଅଧିକ ଶତକ କେବଳ ସଚ୍ଚିନ ତେନ୍ଦୁଲକାରଙ୍କ ନାଁରେ ରହିଛି । ସଚ୍ଚିନଙ୍କ ନାଁରେ ୪୯ଟି ଶତକ ରହିଥିବା ବେଳେ ଏବେ ବିରାଟ କୋହଲିଙ୍କ ନିକଟରେ ଏହି ରେକର୍ଡ ଭାଙ୍ଗିବାର ସୁଯୋଗ ମଧ୍ୟ ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ