ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

୧୪ ମହଲା କୋଠାରୁ ପଡି ଋଷ୍ ବୈଜ୍ଞାନିକଙ୍କ ସନ୍ଦେହଜନକ ମୃତ୍ୟୁ, କରୋନା ଟିକା ଉପରେ କରୁଥିଲେ କାମ

ମସ୍କୋ ୨୧।୧୨: କରୋନା ଟିକା ପ୍ରସ୍ତୁତିରେ ଲାଗିଥିବା ଋଷ୍ ର ଜଣେ ପ୍ରମୁଖ ବୈଜ୍ଞାନିକଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ରିପୋର୍ଟ ଅନୁସାରେ ୪୫ ବର୍ଷ ବୟସ୍କ ବୈଜ୍ଞାନିକ ଅଲେକଜେଣ୍ଡର ସାଶା ନିଜ ଫ୍ଲାଟ୍ ର ୧୪ ମହଲାରୁ ତଳକୁ ଖସି ପଡିଥିଲେ । ସେହି ସମୟରେ ସେ କେବଳ ଅଣ୍ଡରଓ୍ବିୟର ପିନ୍ଧିଥିଲେ ।

ପୋଲିସ ହତ୍ୟା ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି । ୪୫ ବର୍ଷ ବୟସ୍କ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି । ବୈଜ୍ଞାନିକଙ୍କ ଶରୀରରେ ଛୁରୀରେ ଆକ୍ରମଣ କରାଯାଇଥିବା ଚିହ୍ନ ରହିଛି । ଆଲେକଜେଣ୍ଡର ସାଶା କଗନକ୍ସି ବାୟୋଲୋଜିଷ୍ଟ ଭାବେ କାମ କରୁଥିଲେ । ବ୍ରିଟେନ୍ ର ଏଡିନବର୍ଗ ୟୁନିଭରସିଟି ସହ ମଧ୍ୟ ସେ ଜଡିତ ଥିଲେ । ପ୍ରାୟ ୧୩ ବର୍ଷ ପର୍ଯ୍ୟନ୍ତ କଗନକ୍ସି ସ୍କଟଲ୍ୟାଣ୍ଡରେ କାମ କରୁଥିଲେ ।

ଋଷ୍ ଖବରକାଗଜ Moskovsky Komsomoletsର ରିପୋର୍ଟ ଅନୁସାରେ, କଗନକ୍ସି କରୋନା ଟିକା ପ୍ରସ୍ତୁତରେ ଲାଗିଥିଲେ ଏବଂ ତାଙ୍କ ମୃତ୍ୟୁ ସନ୍ଦେହଜନକ ପରିସ୍ଥିତିରେ ହୋଇଛି । ଏହା ସ୍ପଷ୍ଟ ହୋଇନାହିଁ ଯେ, ସେ କରୋନାର କେଉଁ ଟିକା ଉପରେ କାମ କରୁଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ