ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ କମିବା ପରେ ପୁଣି ବଢିଲା କରୋନା ସଂକ୍ରମଣ, ଗତ ୨୪ଘଣ୍ଟାରେ ୨୬୩୮୨ କୋଭିଡ଼ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ ୧୬।୧୨: କରୋନା ଭାଇରସର ଦୈନିକି ସଂକ୍ରମଣ ସଂଖ୍ୟା ବଢିବା ଓ କମିବାରେ ଲାଗିଛି । ମଙ୍ଗଳବାର ୨୨୦୬୫ କରୋନା ଆକ୍ରାନ୍ତି ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ବଢିବାରେ ଲାଗିଛି । ବୁଧବାର ଦିନ ୨୬,୩୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ସକ୍ରିୟ କେସ୍‌ ଚାରି ଲକ୍ଷ ତଳେ ରହିଛି ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଳଣାୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ୨୬୩୮୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୮୭ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଏବେ ଯାଏଁ ୯୯,୩୨,୫୪୮ଜଣ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ୧,୪୪,୦୯୬ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଗତ ୨୪ଘଣ୍ଟାରେ ୩୩,୮୧୩ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଯାଏଁ ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୪,୫୬,୪୪୯ ପହଞ୍ଚିଛି । କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଯାହାକି ଏକ ଶୁଭ ସଙ୍କେତ ବୋଲି ବିଶେଷଜ୍ଞ କହୁଛନ୍ତି ।

ଦେଶରେ କରୋନା ଭାଇରସର ଆକ୍ଟିଭ କେସ୍‌ ଲଗାତର ଭାବେ ହ୍ରାସ ପାଇବାରେ ଲାଗିଛି । ବର୍ତ୍ତମାନ କରୋନା ଭାଇରସରେ ଆକ୍ଟିଭ୍ କେସ୍‌ ସଂଖ୍ୟା ୩,୩୨,୦୦୨ରେ ପହଞ୍ଚିଛି । ଦେଶରେ କରୋନାରୁ ସୁସ୍ଥ ଓ ଆକ୍ଟିଭ୍ କେସ୍‌ ସଂଖ୍ୟା ମଧ୍ୟରେ ବଡ ଧରଣର ଅନ୍ତ ରହିଛି । କରୋନା ବିରୋଧରେ ଲଢେଇରେ ଭାରତ ଜିତିବାର ଲାଗିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ