ଦେଶ ବିଦେଶ ସ୍ୱାସ୍ଥ୍ୟ

ଅନିଲ ବିଜଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର : ରୋହତକ ପିଜିଆଇରୁ ମେଦାନ୍ତା ହସ୍ପିଟାଲକୁ କରାଗଲା ସ୍ଥାନାନ୍ତର

ରୋହତକ ୧୬/୧୨: କରୋନା ସଂକ୍ରମିତ ହେବାରୁ ହରିୟାଣାର ଗୃହ ମନ୍ତ୍ରୀ ଅନିଲ ବିଜଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଛି। ତାଙ୍କୁ ପିଜିଆଇ ରୋହତକରୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲକୁ ପଠାଇ ଦିଆଯାଇଛି। ସେ ରାତି ପାଖାପାଖି ୯ଟାବେଳେ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହା ପୂର୍ବରୁ ଅମ୍ବାଲା ହସ୍ପିଟାଲରୁ ତାଙ୍କୁ ପିଜିଆଇ ରୋହତକ ରେଫର କରାଯାଇଥିଲା। ଅନିଲଙ୍କ ଫୁସଫୁସରେ ସଂକ୍ରମଣ ହୋଇଛି।

ନଭେମ୍ବର ୨୦ତାରିଖରେ ଅନିଲ କରୋନାର ଭାକସିନ୍ କୋଭାକ୍ସିନ୍ ପ୍ରଥମ ଡୋଜ ଦିଆଯାଇଥିଲା। ଡିସେମ୍ବର ୫ତାରିଖରେ ସେ ଟ୍ବିଟ୍ କରି କହିଥିଲେ ଯେ ସେ ଭାକସିନ୍ ନେବା ପରେ ମଧ୍ୟ କରୋନା ପଜିଟିଭ ହୋଇଯାଇଥିଲେ। ଏହା ପରେ ଏହି ମାମଲାରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ଜବାବ ଦେବାକୁ ପଡ଼ିଥିଲା। ଅନିଲ ବିଜଙ୍କୁ ଭାରତ ବାୟୋଟେକ୍ ଏବଂ ICMR ତରଫରୁ ପ୍ରସ୍ତୁତ କରାଯାଉଥିବା କୋଭାକ୍ସିନ୍ ଡୋଜ ଦିଆଯାଇଥିଲା।

ପରେ ନିଜେ ଅନିଲ ବିଜ କହିଥିଲେ ଯେ ଡାକ୍ତର ତାଙ୍କୁ ପୂର୍ବରୁ ହିଁ କହି ଦେଇଥିଲେ ଯେ କରୋନା ଭାକସିନ୍ ଦ୍ବିତୀୟ ଡୋଜ ନେବାର ପାଖାପାଖି ୧୪ଦିନ ପରେ କାମ କରିବା ଆରମ୍ଭ କରିଥାଏ। ଭାକସିନର ଆଉ ଏକ ଡୋଜ ପ୍ରଥମ ଡୋଜର ୨୮ଦିନ ପରେ ଲଗାଯାଇଥାଏ। ଯାହାର ୧୪ଦିନ ପରେ ହିଁ ଶରୀରରେ ଆଣ୍ଟିବଡି ଡେଭଲପ୍ ହୋଇଥାଏ। ଫଳରେ କରୋନାରୁ ସୁରକ୍ଷା ମିଳିଥାଏ। ଅର୍ଥାତ୍ ଏହି ପୂରା ପ୍ରକ୍ରିୟାରେ ୪୨ରୁ ୪୫ଦିନ ସମୟ ଲାଗିଥାଏ। ଏହା ଭିତରେ ଭାକସିନରେ କୌଣସି ସୁରକ୍ଷା ମିଳିନଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ