ଦେଶ ବିଦେଶ ମନୋରଞ୍ଜନ

ଜନ୍‌ ଆବ୍ରାହମଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର, ବଡ଼ ସମ୍ମାନରେ ସମ୍ମାନିତ ହେଲେ ଅଭିନେତା

ନୂଆଦିଲ୍ଲୀ ୦୨/୧୨: ବଲିଉଡ୍‌ ଅଭିନେତା ଜନ୍‌ ଆବ୍ରାହମଙ୍କୁ ମିଳିଲା ବଡ଼ ସମ୍ମାନ। ପିପୁଲ୍‌ ଫର ଦି ଏଥିକାଲ୍‌ ଟ୍ରିଟ୍‌ମେଣ୍ଟ ଅଫ୍‌ ଆନିମାଲ୍‌ (ପେଟା) ଦ୍ବାରା ଜନ୍‌ଙ୍କୁ ପର୍ସନ ଅଫ୍‌ ଦି ୟଅର ସମ୍ମାନ ପ୍ରଦାନ କରାଯାଇଛି। ଚଳିତ ବର୍ଷ ଇ ରିଟେଲର ‘କ୍ବିକର’କୁ ଜିବୀତ ପଶୁଙ୍କ ବେପାର ବନ୍ଦ କରିବାକୁ କହିଥିଲେ ଜନ୍‌ ଆବ୍ରାହମ।

ପଶୁମାନଙ୍କ ପାଇଁ ଭଲ ଚିନ୍ତା କରୁଥିବା ଜନ୍‌ଙ୍କୁ ପେଟା ପକ୍ଷରୁ ସମ୍ମାନିତ କରାଯାଇଛି। ପେଟା ଇଣ୍ଡିଆ ସହ ମିଶି ଜନ୍‌ ପଶୁ ସର୍କସ୍‌ ଉପରେ ରୋକ ଲଗାଇବା ସହ ମୁମ୍ବାଇରେ ନୃତ୍ୟୁ କରୁଥିବା ମାଙ୍କଡ଼ଙ୍କ ପାଇ ସ୍ବର ଶାଣିତ କରିଥିଲେ। ଏହା ସହ ବିଜ୍ଞାପନ ମାଧ୍ୟମରେ ସବୁ ପକ୍ଷୀଙ୍କୁ ପିଞ୍ଜରା ମୁକ୍ତ କରିବାକୁ ମଧ୍ୟ ଅନୁରୋଧ କରିଥିଲେ ଜନ୍‌।

ଜନ୍‌ ଆବ୍ରାହମ ମୂଳରୁ ପଶୁପକ୍ଷୀମାନଙ୍କ ପାଇଁ ସ୍ବର ଉଠାଇଛନ୍ତି। ଯଦି କୌଣସି ପକ୍ଷୀ ପିଞ୍ଜରାରେ ଆବଦ୍ଧ ରହିଛି ତାକୁ ବାହାର କରାଯାଉଛି। ବିଶ୍ବରେ କୋଣ ଅନୁକୋଣରେ ଯେଉଁଠି ବି ପଶୁ ଓ ପକ୍ଷୀ ବିପଦରେ ଅଛନ୍ତି ତାଙ୍କୁ ଉଦ୍ଧାର କରାଯାଉଛି ବୋଲି ପେଟା ଇଣ୍ଡିଆ ନିର୍ଦେଶକ ସଚିନ ବଙ୍ଗେରା କହିଛନ୍ତି।

ଜନ୍‌ଙ୍କ ସମେତ କଂଗ୍ରେସ ନେତା ଶଶି ଥରୁର, ସୁପ୍ରିମକୋର୍ଟର ପୂର୍ବତନ ଜଜ କେଏସ୍‌ ପଣିକ୍କର ରାଧାକୃଷ୍ଣନ, କ୍ରିକେଟର ବିରାଟ କୋହଲି, ଅଭିନେତ୍ରୀ ଅନୁଷ୍କା ଶର୍ମା, ସନି ଲିଓନି, ସୋନମ କପୁର, ହେମା ମାଳିନୀ, ଆର ମାଧବନ ଓ ଜ୍ୟାକଲିନ୍‌ ଫର୍ଣ୍ଣାଡିସ୍‌ ମଧ୍ୟ ୟ ସମ୍ମାନିତ ହୋଇଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ