କଳା ଓ ସଂସ୍କୃତି ଧର୍ମ

ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ ଶଙ୍ଖ: ମାର୍ଗଶିର ମାସରେ ନିଶ୍ଚୟ କରନ୍ତୁ ପୂଜା, ଜାଣନ୍ତୁ ମହତ୍ତ୍ୱ ଓ ବିଧି

ଭୁବନେଶ୍ୱର ୦୩/୧୨ : କାର୍ତ୍ତିକ ପୂର୍ଣିମା ପରେ ଡିସେମ୍ବର ୧ ତାରିଖରୁ ମାର୍ଗଶିର ମାସ ଆରମ୍ଭ ହୋଇଛି। ମାର୍ଗଶିର ମାସ ଭଗବାନ ଶ୍ରୀକୃଷ୍ଣ ପୂଜାର୍ଚ୍ଚନା ପାଇଁ ବିଶେଷ ବୋଲି କୁହାଯାଏ। ଯେଉଁଭଳି କାର୍ତ୍ତିକ ମାସରେ ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା ବିଧି ରହିଛି ଠିକ ସେହିଭଳି ମାର୍ଗଶିର ମାସରେ ଶ୍ରୀକୃଷ୍ଣଙ୍କ ଆରାଧନା ଶ୍ରେଷ୍ଠ ଫଳଦାୟୀ ବୋଲି କୁହାଯାଏ। ମାର୍ଗଶିର ମାସରେ ବିଧି ଅନୁସାରେ ଶ୍ରୀକୃଷ୍ଣଙ୍କୁ ଆରାଧନା କରିବା ଉଚିତ। ମାର୍ଗଶିର ମାସ ଗୁରୁବାରରେ ମା’ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବାର ବିଶେଷ ମହତ୍ତ୍ୱ ରହିଛି। ମାର୍ଗଶିର ମାସରେ ଶଙ୍ଖ ପୂଜାର ମଧ୍ୟ ବିଧାନ ରହିଛି। ପୌରାଣିକ ବିଶ୍ୱାସ ଅନୁଯାୟୀ, ଶଙ୍ଖ ପୂଜା କରିବା ଦ୍ୱାରା ମନୋସ୍କାମନା ପୂରଣ ହୋଇଥାଏ। କିନ୍ତୁ ଏଥିପାଇଁ ସମ୍ପୂର୍ଣ୍ଣ ବିଧି ବିଧାନ ଅନୁସାରେ ପୂଜା କରିବା ଉଚିତ୍। ମାର୍ଗଶିର ମାସରେ ଶଙ୍ଖ ପୂଜାର ମହତ୍ତ୍ୱ ଓ ବିଧି ଜାଣନ୍ତୁ :


ହିନ୍ଦୁ ଧର୍ମରେ ଶଙ୍ଖକୁ ମା’ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ। ସେଥିପାଇଁ ଲକ୍ଷ୍ମୀଙ୍କ ସବୁ ପୂଜାରେ ଶଙ୍ଖ ଫୁଙ୍କିବା ଅନିବାର୍ଯ୍ୟ ହୋଇଥାଏ। ଶଙ୍ଖ ବିନା ମା’ଙ୍କ ପୂଜା ଅସମ୍ପୂର୍ଣ୍ଣ ବୋଲି କୁହାଯାଏ।


ମାର୍ଗଶିର ମାସରେ ଶଙ୍ଖ ପୂଜା କଲେ ଭଗବାନ ଶ୍ରୀକୃଷ୍ଣ ପ୍ରସନ୍ନ ହୁଅନ୍ତି। ବିଶ୍ୱାସ ରହିଛି ଯେ ଶ୍ରୀକୃଷ୍ଣଙ୍କ ଗୋଡରେ ୧୯ ପ୍ରକାର ଚିହ୍ନ ଅଛି। ୧୯ ଚିହ୍ନ ମଧ୍ୟରେ ଶଙ୍ଖ ଚିହ୍ନ ମଧ୍ୟ ଅଛି। ଶଙ୍ଖ ଚିହ୍ନ ତଳି ପାଦରେ ବୃଦ୍ଧା ଆଙ୍ଗୁଳି ତଳେ ଥିଲା। ଏହା ଶୁଭ୍ରତାର ପ୍ରତୀକ ବୋଲି କୁହାଯାଏ। ମାର୍ଗଶିର ମାସ ଶ୍ରୀକୃଷ୍ଣଙ୍କ ଅତି ପ୍ରିୟ। ସେଥିପାଇଁ ଏହି ମାସରେ ଶ୍ରୀକୃଷ୍ଣଙ୍କ ସହ ଜଡିତ ଶୁଭ ଚିହ୍ନକୁ ପୂଜା କରିବା ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ଯଦି ଆପଣ ଶ୍ରୀକୃଷ୍ଣ ରୂପକ ଶଙ୍ଖ ପୂଜା କରିବାକୁ ଚାହୁଁଛନ୍ତି ତାହେଲେ ସକାଳୁ ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରି ଏକ କାଠର ପିଢା ବା ଆସ୍ଥାନ ଉପରେ ନୂଆ ଓ ସଫା କପଡା ପକାନ୍ତୁ। କପଡା ଉପରେ ଏକ ଥାଳି ରଖି ସେଥିରେ ଶଙ୍ଖ ରଖନ୍ତୁ। ଏହାପରେ କଞ୍ଚା କ୍ଷୀରରେ ଜଳ ମିଶାଇ ଶଙ୍ଖକୁ ଶୁଦ୍ଧ କରନ୍ତୁ। ଏହାପରେ ତାକୁ ପୋଛି ଦୀପ ଜଳାନ୍ତୁ। ଶଙ୍ଖ ଉପରେ ଏକାକ୍ଷରୀ ମନ୍ତ୍ର ଲେଖି ସାମର୍ଥ୍ୟ ଅନୁସାରେ ରୁପା କିମ୍ବା ତମ୍ବା ପାତ୍ରରେ ସ୍ଥାପିତ କରନ୍ତୁ। ଏହାପରେ ଚନ୍ଦନ, ସିନ୍ଦୁର ଲଗାଇ, ଚାଉଳ ଚଢାଇ ପୂଜା କରନ୍ତୁ ଏବଂ ଶେଷରେ ମିଠା ଭୋଗ କରନ୍ତୁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ