କଳା ଓ ସଂସ୍କୃତି ଧର୍ମ

ପାପରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ? ତେବେ କରନ୍ତୁ ଏହି ବ୍ରତ : ଦୂର ହେବ ଅଭିଶାପର ପ୍ରଭାବ

ନିର୍ଜଳା ଏକାଦଶୀ ପରେ ଏବଂ ଦେବଶୟନୀ ଏକାଦଶୀ ପୁର୍ବରୁ ଆଷାଢ଼ ମାସରେ କୃଷ୍ଣ ପକ୍ଷ ସମୟରେ ଯୋଗିନୀ ଏକାଦଶୀ ଆସିଥାଏ। ଏହି ଏକାଦଶୀରେ ଭଗବାନ ଶ୍ରୀ ହରିଙ୍କ ଶ୍ରଦ୍ଧାପୂର୍ବକ ଆରାଧନା କରିବା ଦ୍ବାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ। ଏହି ଏକାଦଶୀ ବ୍ରତର ମଧ୍ୟ ସେତିକି ମହତ୍ତ୍ବ ରହିଛି ଯେତେ ୮୮ହଜାର ବ୍ରାହ୍ମଣଙ୍କୁ ଭୋଜନ କରାଇବାର ହୋଇଥାଏ। ଏହି ବ୍ରତର ପ୍ରଭାବରେ କେହି ଦେଇଥିବା ଅଭିଶାପର ନିବାରଣ ହୋଇଥାଏ। ଏହି ଏକାଦଶୀ ରୋଗ ଦୂର କରି ସୁନ୍ଦର ରୂପ,ଗୁଣ ଏବଂ ଯଶ ପ୍ରଦାନ କରିଥାଏ।
ଏହି ଏକାଦଶୀ ପ୍ରାୟଶ୍ଚିତ୍ତ ପାଇଁ ବିଶେଷ ଭାବେ ଜଣା ଯାଇଥାଏ। ଏହି ଦିନ ଶ୍ରୀ ହରିଙ୍କ ଧ୍ୟାନ କରନ୍ତୁ। ପ୍ରାତଃ କାଳରେ ସ୍ନାନ କରି ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ। ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ,ପଞ୍ଚାମୃତ ଏବଂ ତୁଳସୀ ଦଳ ଅର୍ପଣ କରନ୍ତୁ। ଏହି ବ୍ରତରେ ଯଅ,ଗହମ ଏବଂ ମୁଗ ଡାଲିରେ ପ୍ରସ୍ତୁତ ଖାଦ୍ୟ ଗ୍ରହଣ ନ କରନ୍ତୁ। ଲୁଣ ମିଶା ଖାଦ୍ୟ ଖାଆନ୍ତୁ ନାହିଁ। ଦଶମୀ ତିଥି ରାତିରେ ଲୁଣ ସେବନ କରିବା ଅନୁଚିତ୍। ଏହି ବ୍ରତ ଦଶମୀ ତିଥି ରାତିରୁ ଆରମ୍ଭ ହୋଇ ଦ୍ବାଦଶୀ ତିଥିରେ ପ୍ରାତଃ କାଳରେ ଦାନ କର୍ମ ପରେ ସମ୍ପନ୍ନ ହୋଇଥାଏ। ଏହି ବ୍ରତରେ ରାତିରେ ନିଶ୍ଚୟ ଜାଗରଣ କରିବା ଉଚିତ୍। ଯୋଗିନୀ ଏକାଦଶୀ ବ୍ରତ କରିବା ଦ୍ବାରା ମୋକ୍ଷ ପ୍ରାପ୍ତି ହୋଇଥାଏ। ଏହି ବ୍ରତରେ ଓସ୍ତ ଗଛର ପୂଜା ନିଶ୍ଚୟ କରନ୍ତୁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ