ଅପରାଧ ରାଜ୍ୟ

ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦ, ୧୨ ଘଣ୍ଟିଆ କାମାକ୍ଷାନଗର ବନ୍ଦ

କାମାକ୍ଷାନଗର ୧୩/୧୦: ଆଜି କାମାକ୍ଷାନଗର ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଓକିଲ ସଂଘ। ଜଣେ ବରିଷ୍ଠ ଆଇନଜୀବୀଙ୍କୁ ମରଣାତ୍ମକ ଆକ୍ରମଣ ଓ ପୋଲିସର ନିଷ୍କ୍ରିୟତା ପ୍ରତିହାଦରେ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଗାଡି ଚଳାଚଳ ବନ୍ଦ ରହିବା ସହ, ସରକାରୀ ବେସରକାରୀ ସ୍କୁଲ କଲେଜ ବ୍ୟାଙ୍କ ଓ ସମସ୍ତ ଅଫିସ ବନ୍ଦ ରହିବ ।

ଗତମାସ ୨୮ ତାରିଖ ବୁଧବାର ରାତି ସମୟରେ ବାଲିଗୋରଡ ସ୍ଥିତ ଏକ ହୋଟେଲକୁ ଦୁଜଣ ଆଇନଜୀବି ଓ ଦୁଇଜଣ କୋର୍ଟ କର୍ମଚାରି ଖାଇବାକୁ ଯାଇଥିଲେ । ସେଠାରେ ସାମାନ୍ୟ କଥାକୁ ନେଇ ୬ ରୁ ୭ ଜଣ ଯୁବକ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଫଳରେ ସମସ୍ତ ୪ ଜଣ ମୁମୁର୍ଷ ଅବସ୍ଥାରେ ସେହିଠାରେ ପଡି ରହିଥିଲେ ।

ଖବର ପାଇ ପୋଲିସ ପହଞ୍ଚି ଉଦ୍ଧାରକରି କାମାକ୍ଷାନଗର ମେଡିକାଲରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ବରିଷ୍ଠ ଆଇନଜୀବୀ ଶସଧର ମହାନ୍ତିଙ୍କୁ କଟକ ସ୍ଥାନାନ୍ତର କରିଥିବା ବେଳେ ଅନ୍ୟ ତିନିଜଣ ସେହିଠାରେ ଚିକତ୍ସିତ ହେଉଥିଲେ । ଦୀର୍ଘ ୧୫ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କେବଳ ଜଣକୁ ଧରି କୋର୍ଟଚାଲଣ କରି ହାତବାନ୍ଧି ବସିଥିବା ବେଳେ ବାକି ଦୁର୍ବୃତ୍ତ ମାନେ ଖୋଲା ବୁଲୁଛନ୍ତି ।

ଏନେଇ ଓକିଲ ସଂଙ୍ଘ ତରଫରୁ ସେମାନଙ୍କୁ ଗିରଫ ଦାବି କରୁଥିଲେ ମଧ୍ୟ ପୋଲିସ ଆଖିଦୃଷ୍ଟିଆ ପଦଖେପ ନେଉନାହିଁ । ଯାହାଫଳରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି । ଗତକାଲି ଡାକବାଜି ଯନ୍ତ୍ର ଦ୍ବାର ସମସ୍ତ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା । ଏହି ବନ୍ଦକୁ ୧୨ ଟି ସଂଗଠନ ଘରୋଇ ବସ ମାଲିକ ସଂଘ,ଟ୍ୟାକ୍ସି ସଂଘ, ବଣିକ ସଂଘ,ଅବସରପ୍ରାପ୍ତ ସୈନିକ ସଂଘ,ସାମ୍ବାଦିକ ସଂଘ , ବରିଷ୍ଠ ନାଗରିକ ମଞ୍ଚ ଓ ମହୁର ସଂଘ ଇତ୍ୟାଦି ବନ୍ଦକୁ ସମର୍ଥନ କରୁଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।