କାବୁଲ: ଆଫଗାନିସ୍ତାନର ହେରାତ ପ୍ରାନ୍ତର ଗୁଜରଗାହ ମସଜିଦରେ ବଡ଼ ଧରଣର ବିସ୍ଫେୋରଣ ହୋଇଛି। ଏଥିରେ ମସଜିଦର ଇମାମ ମୁଜୀବ ରହମାନ ଅଂସାରୀଙ୍କ ମୃତ୍ୟୁ ହୋଇଛି। ଏନେଇ ସ୍ଥାନୀୟ ପୋଲିସ ପକ୍ଷରୁ ଆନୁଷ୍ଠାନିକ ବୟାନ ଜାରି କରାଯାଇଛି। ତେବେ ବିସ୍ଫୋରଣରେ ଅନେକ ଲୋକେ ଆହତ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ବଢିବା ନେଇ ଆଶଂକା କରାଯାଉଛି। ମସଜିଦରେ ନମାଜ ପାଠ କରାଯାଉଥିବା ସମୟରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି।
ପୋଲିସ ସୂଚନା ଅନୁସାରେ, ପଶ୍ଚିମ ଆଫଗାନିସ୍ତାନର ସହର ହେରାତ ମସଜିଦ ବିସ୍ଫୋରଣରେ ତାଲିବାନ ସମର୍ଥିତ ହାଇ ପ୍ରୋଫାଇଲ ଇମାମ ଏବଂ ନାଗରିକଙ୍କ ମୃତ୍ୟୁ ହୋଇଛି।
ଏହା ପୂର୍ବରୁ ଗତ ଅଗଷ୍ଟରେ ରାଜଧାନୀ କାବୁଲରେ ଏକ ମସଜିଦରେ ହୋଇଥିବା ବୋମା ବିସ୍ଫୋରଣରେ ୨୧ ଜଣଙ୍କ ମୃତ୍ୟୁ ହେୋଇଥିଲା। ଏହି ବିସ୍ଫୋରଣରେ ୪୦ ଜଣ ଆହତ ହୋଇଥିଲେ।