କଟକ: କଟକରୁ ଆତ୍ମହତ୍ୟାର ଏକ ଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ପୋକ୍ସୋ କୋର୍ଟର ବିଚାରପତି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ନିଜ ଜୀବନ ହାରିଥିବା ବିଚାରପତି ହେଉଛନ୍ତି ସୁବାସ କୁମାର ବିହାରୀ । ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିବା ଜଣା ପଡିଛି। ସିଡିଏର ଏକ ଘରୋଇ ଡାକ୍ତରଖାନା ତାଙ୍କୁ ମୃତ ଘୋଷଣା କରିଛନ୍ତି।
ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ଜଣା ପଡିନି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛି। ବିଚାରପତିଙ୍କ ଆତ୍ମହତ୍ୟା ଘଟଣା କଟକ ସହରରେ ଆଲୋଡନ ସୃଷ୍ଟି କରିଛି। ଗତ ଦୁଇ ଦିନ ହେଲା ବିଚାରପତି ସୁବାସ ବିହାରୀ ଛୁଟିରେ ଥିଲେ। ଆଜି ତାଙ୍କର କାର୍ଯ୍ୟରେ ଯୋଗ ଦେବାର ଥିଲା। ହେଲେ ସେ ଆଜି ବି ଛୁଟିରେ ରହିଥିଲେ।