ଅପରାଧ ରାଜ୍ୟ

ଅନ୍ୟ ଜାତିରେ ଖାଇବାରୁ ମୃତଦେହକୁ ମିଳିଲାନି ୪ କାନ୍ଧ, କୋକେଇକୁ ରାସ୍ତାରେ ଘୋଷାଡି ଘୋଷାଡି ନେଲେ ପୁଅ-ବୋହୂ

ପଦ୍ମନାଭପୁର ୧୮/୦୮: ଅନ୍ୟ ଜାତିର ଘରେ ଖାଇବାରୁ ଶବ ଛୁଇଁଲେ ନାହିଁ ଗ୍ରାମବାସୀ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଜୟପୁର ବ୍ଲକ ଅନ୍ତର୍ଗତ ବୈରାଗୀମଠ ଗ୍ରାମରେ । ଛୁଆଁ ଅଛୁଆଁ ଆଗରେ ମାନବିକତା ମଧ୍ୟ ହଜିଯାଇଛି । ଜୟପୁର ବ୍ଲକ ଅନ୍ତର୍ଗତ ବୈରାଗୀମଠ ଗ୍ରାମରେ ଜଣେ ବୃଦ୍ଧା ମୁକ୍ତା ପରଜାଙ୍କ ମୃତ୍ୟୁ ହୋଇଥିଲା ।

ଗତ ୬ମାସ ତଳେ ମୃତ ମୁକ୍ତାଙ୍କ ପୁଅ ମଙ୍ଗଳା ପରଜା ଅନ୍ୟ ଜାତିର ଘରେ ଖାଇଥିଲେ । ଫଳରେ ଗ୍ରାମବାସୀ ମାନେ ମଙ୍ଗଳାର ପରିବାରକୁ ବାସନ୍ଦ କରିଥିଲେ । ଭୋଜି ଭାତରେ ବି ସାମିଲ କରୁ ନଥିଲେ । ଏନେଇ ମୁକ୍ତାଙ୍କ ମାଁର ମୃତ୍ୟୁ ହେବାରୁ ଶବକୁ ଛୁଇଁ ନଥିଲେ ଗାଁ ଲୋକେ । ମୁକ୍ତକୁ ଚାରି କାନ୍ଧ ମଧ୍ୟ ଦେଇନଥିଲେ । ଶେଷରେ ପୁଅ ମଙ୍ଗଳା କୋକେଇକୁ ରାସ୍ତାରେ ଘୋଷାଡି ଘୋଷାଡି ନେଉ ଥିବା ବେଳେ ବୋହୁ କୁୁନି ମିଶି ଶବକୁ ଧରି ସ୍ମଶାନକୁ ନେଇଥିଲେ ।

ଏମିତି କି ବୋହୂ ମଧ୍ୟ କୋକେଇକୁ ଧରି ପାରୁନଥିଲେ । ରାସ୍ତାରେ ଶବଟି ବାର ବାର ଖସି ପଡୁଥିଲା । ଦେଶ କେତେ ଆଗକୁ ଯାଇଥିଲ ବି ଆଜି ବି ଗ୍ରାମରେ ସେହି ଅନ୍ଧ ବିଶ୍ୱାସକୁ ଧରି ବସିଛନ୍ତି । ମଙ୍ଗଳା ଭୁଲ ଥିଲା ଅନ୍ୟ ଜାତି ଘରେ ଖାଇଥିଲା । ସେତିକି ଭୁଲ ପାଇ ଆଜି ମାଁର ଶବ କୁ ସମ୍ମାନ ତ ତୁରର କଥା ୪ ରି କାନ୍ଧ ମିଳିଲାନି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।