ଅପରାଧ ରାଜ୍ୟ

ବିଳମ୍ୱିତ ରାତିରେ ମାତିଲେ ଲୁଟେରା, କଣ୍ଟେଶ୍ୱରୀ ମନ୍ଦିରରୁ ଚୋରୀ

କୋଣାର୍କ ୨୨/୦୭: ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ବିରୁତୁଙ୍ଗ ଗ୍ରାମର ମା କଣ୍ଟେଶ୍ୱରୀ ମନ୍ଦିରରେ ଗତକାଲି ରାତ୍ରିରେ କଳାକନା ବୁଲାଇ ଦେଇଛନ୍ତି ଦୃର୍ବୃତ୍ତ ।

ସୂଚନା ଅନୁସାରେ ବିଳମ୍ବିତ ରାତ୍ରରେ ଦୃର୍ବୃତ୍ତମାନେ ମନ୍ଦିରର ପଛପଟ କବାଟର ତାଲା ଭାଙ୍ଗି ମାଙ୍କ ଆଖି ତାଡିନେବା ସହ ମାଙ୍କ ଆଲମିରା ଭାଙ୍ଗି ବିଭିନ୍ନ ମୂଲ୍ୟବାନ ଗହଣା, ପିତ୍ତଳ ବାସନ, ଘଣ୍ଟି ଓ ଅନେକ ବସ୍ତ୍ର ସହ ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ଦୃର୍ବୃତ୍ତ ମାନେ ଲୁଟିନେଥିବାର ଥାନରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ସନ୍ଧ୍ୟାରେ ମାଙ୍କ ରୀତି ନୀତି ସାରି ପହଡ଼ ପକାଇ ଯାଇଥିଲା । କିନ୍ତୁ ସକାଳୁ ମାଙ୍କ ଦ୍ୱାର ଖୋଲି ଦେଖିଲା ବେଳକୁ ପଛ କବାଟ ଭଙ୍ଗା ଯାଇଛି ଓ ମାଙ୍କ ଆଖି ତଡ଼ାଯିବା ସହ ମାଆଙ୍କର ସମସ୍ତ ଜିନିଷ ଚୋରୀ ହୋଇଯାଇଛି । ପରେ ମୁଁ ଏହି ଘଟଣାକୁ ଗ୍ରାମବାସୀଙ୍କୁ ଜଣାଇଥିଲି ବୋଲି ପୂଜକ କୁହନ୍ତି । ଏପଟେ ଗୋପ ଥାନାରେ ଲିଖତ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।