ଅପରାଧ ରାଜ୍ୟ

ସୁକୁମାରେ ପୁଣି ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ପିଟି ପିଟି ହତ୍ୟା

ମାଲକାନଗିରି ୨୨/୦୭: ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ପିଟି ପିଟି ହତ୍ୟା କଲେ ଲାଲ୍ ବାହିନୀ । ମୃତକ ହେଉଛନ୍ତି ପୋଲାମପାଲି ଗ୍ରାମର ମାଡକାମ ଜଗା ।

ହତ୍ୟା ପରେ ନକ୍ସଲ ମାନେ ମୃତ ଜଗାଙ୍କ ଏକ ପିକପ ଭ୍ୟାନ୍‌କୁ ନିଆଁ ଲଗାଇ ପୋଡି ଦେଇଛନ୍ତି । ଗତକାଲି ରାତିରେ ପ୍ରାୟ ୫୦ରୁ ୬୦ ଜଣ ସଶସ୍ତ୍ର ନକ୍ସଲ ପୋଲାମପାଲି ଗାଁରେ ପହଞ୍ଚି ମାଡକାମ ଜଗାଙ୍କୁ ତାଙ୍କ ଘର ଭିତରେ ପରିବାର ଲୋକଙ୍କ ଉପସ୍ଥିତିରେ ନକ୍ସଲ ମାନେ ପିଟି ପିଟି ହତ୍ୟା କରିଛନ୍ତି ।

ହତ୍ୟା ପରେ ନକ୍ସଲ ମାନେ ଘଟଣା ସ୍ଥଳରେ ଏକ ହାତ ଲେଖା ପୋଷ୍ଟର ଛାଡି ଯାଇଛନ୍ତି । ଯେଉଁଥିରେ ଉଲ୍ଲେଖ ରହିଛି ଯେ ପୋଲିସ ଇନଫର୍ମର ସନ୍ଦେହରେ ଜଗାଙ୍କୁ ହତ୍ୟା କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।