ଧର୍ମ

ଘରେ ବାସ୍ତୁ ଦୋଷ ଦୂର କରିବାକୁ ଚାହୁଁଛନ୍ତି କି : ତେବେ ମାଆ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାକୁ ଅବଲମ୍ବନ କରନ୍ତୁ ଏହି ଉପାୟ

ବାସ୍ତୁ ଆମକୁ ପୂର୍ଣ୍ଣ ରୂପରେ ନିୟନ୍ତ୍ରିତ କରିଥାଏ । ଏଥିପାଇଁ ସ୍ବଚ୍ଛତାର ନିୟନ୍ତ୍ରଣ ମଧ୍ୟ ବାସ୍ତୁ ଦ୍ବାରା କରାଯାଇପାରେ। ବାସ୍ତୁ ୩ଟି ପରିବେଶରେ କାମ କରିଥାଏ- ପ୍ରଥମ ଘରେ,ଦ୍ବିତୀୟ ବ୍ୟବସାୟରେ ଏବଂ ତୃତୀୟ ସମାଜରେ। ଯଦି ବାସ୍ତୁଶାସ୍ତ୍ରରେ କୁହାଯାଇଥିବା ନିୟମର ପାଳନ କରାଯାଇଥାଏ ତେବେ ଜୀବନରେ ଆସୁଥିବା ସମସ୍ତ ସମସ୍ୟାକୁ ଯଥା ସମ୍ଭବ ଦୂର କରାଯାଇପାରିବ।

ବାସ୍ତୁ ଅନୁସାରେ,ଯଦି ଈଶାନ କୋଣ ଅର୍ଥାତ୍ ଉତ୍ତର-ପୂର୍ବରେ ରୋଷେଇ ଘର ଥିବ ତେବେ ରୋଷେଇ ଘର ଭିତରେ ଗ୍ୟାସ ଚୁହ୍ଳାକୁ ଆଗ୍ନେୟ କୋଣରେ ରଖି ଦିଅନ୍ତୁ ଏବଂ ରୋଷେଇ ଘରର ଈଶାନ କୋଣରେ ସଫା ବାସନରେ ଜଳ ଭର୍ତ୍ତି କରି ରଖନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ଘରେ ଧନର ପ୍ରବାହ ବଜାୟ ରହିବ ଏବଂ ଯଦି କେଉଁଠି ଧନ ଅଟକି ଥିବ ତେବେ ଏହା ମିଳିବାର ସମ୍ଭାବନା ବଢ଼ିଯିବ।

ସମୁଦ୍ର ଲୁଣରେ ଘର ପୋଛିଲେ ନକରାତ୍ମକତା ଦୂର ହୋଇଥାଏ। ଘରେ କର୍ପୂର ଜଳାନ୍ତୁ। ଏହା ଦ୍ବାରା ବାତାବରଣ ଶୁଦ୍ଧ ହୋଇ ବାସ୍ତୁ ଦୋଷ ଦୂର ହୋଇଥାଏ। ଘରର ଉତ୍ତର-ପୂର୍ବ ଦିଗକୁ ସବୁବେଳେ ସଫା ରଖନ୍ତୁ। ଗୁରୁବାର ଦିନ ଘିଅ ଏବଂ ଦୀପରେ ତେଲ ଦେଇ ଅବଶ୍ୟ ଜଳାନ୍ତୁ।
ବାସ୍ତୁ ଅନୁସାରେ,ଏକ ଆଦର୍ଶ ଘରର ମୁଖ୍ୟ ଦ୍ବାର କେବଳ ପୂର୍ବ କିମ୍ବା ଉତ୍ତର ଦିଗରେ ହେବା ଉଚିତ୍। ଘରର ରୁମ୍,ହଲ୍,କିଚେନ୍,ବାଥରୁମ୍ ଏବଂ ବେଡରୁମ୍ ଏକ ଖାସ୍ ଦିଗରେ ହେବା ଉଚିତ୍। ଯାହା ଦ୍ବାରା ଘରେ ବାସ୍ତୁ ଦୋଷ ହୋଇନଥାଏ ଏବଂ ଲୋକେ ଖୁସି ରହିଥାନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ