ଅପରାଧ ଦେଶ ବିଦେଶ

ବିବାହ ଭୋଜିକୁ ଯାଉଥିଲେ, ଧକ୍କା ଦେଲା ଟ୍ରକ୍ : ପରିବାରର ୮ ମୃତ

ନୂଆଦିଲ୍ଲୀ, ୦୭/୦୬: ବିବାହ କାର୍ଯ୍ୟକ୍ରମକୁ ଯାଉଥିଲା ପୁରା ପରିବାର । ହେଲେ ବାଟରେ ଛକିଥିଲା ମୃତ୍ୟୁ । ଦୁର୍ଘଟଣାରେ ଚାଲିଗଲା ୮ ସଦସ୍ୟଙ୍କ ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନ ବାଡମେର ଜିଲ୍ଲାରେ । ଏକ ଏସୟୁଭି ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଅଘଟଣ ଘଟିଛି ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୬ ଜଣ ପ୍ରାଣ ହରାଇଥିଲେ ।ଏହାସହ ଆଉ ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁସାରେ, ସୋମବାର ରାତିରେ ଏକ ଏସୟୁଭି ବାଡମେରର ରାମଜୀ କା ଗୋଲ ଦେଇ ଯାଇଥିବା ଜାତୀୟ ରାଜପଥରେ ଯାଉଥିଲା । ଏସଯୁଭିରେ ଗୋଟିଏ ପରିବାରର ୧୦ ଜଣ ଥିଲେ । ସମସ୍ତେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଜାଲୋରରୁ ଆଡମେର ଯାଉଥିଲେ ।ଏହି ସମୟରେ ଏକ ଟ୍ରକ ଏସୟୁଭିକୁ ଧକ୍କା ଦେଇଥିଲା । ଫଳରେ ୮ ଜଣ ପ୍ରାଣ ହରାଇବା ସହ ୨ ଜଣ ଗୁରୁତର ହୋଇଥିଲେ ।

ଖବର ପାଇ ବାଡମେର ପୋଲିସ ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ କରିଥିଲା । ମୃତଦାହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ