ଖେଳ ଦେଶ ବିଦେଶ

‘ଦରକାର ବେଳେ ଆଉଟ ହୋଇଯାଆନ୍ତି’ : ବିରାଟ-ରୋହିତ-ରାହୁଲଙ୍କ ଉପରେ ବର୍ଷିଲେ କପିଲ ଦେବ

ନୂଆଦିଲ୍ଲୀ ୦୬/୦୬: ଲଗାତର ଫେଲ୍ ମାରୁଛନ୍ତି ବିରାଟ କୋହଲି ଓ ରୋହିତ ଶର୍ମା । ଆଇପିଏଲରେ ବି ଉଭୟ ବ୍ୟାଟର୍ ସ୍କୋର କରିବାକୁ ସଙ୍ଘର୍ଷ କରୁଥିଲେ । ବିରାଟଙ୍କ ବ୍ୟାଟରକୁ ଗତ ୨ ବର୍ଷ ହେଲା ଗୋଟିଏ ହେଲେ ଶତକ ବାହାରି ନାହିଁ । ରୋହିତ ବି ଆଖିଦୃଶିଆ ପାଳି ଖେଳିପାରୁ ନାହାଁନ୍ତି । ଯାହାକୁ ନେଇ ଖପ୍ପା ହୋଇଛନ୍ତି ପୂର୍ବତନ କ୍ରିକେଟର କପିଲ ଦେବ । ଏହାସହ ସେ ଉଭୟଙ୍କ ଫର୍ମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

କପିଲ ଦେବ କହିଛନ୍ତି ଯେ, ରୋହିତ, ବିରାଟ ଓ କେଏଲ ରାହୁଲଙ୍କ ଉଭରେ ଓପନିଂ ଭାର ନିର୍ଭର କରେ । ତିନି ଜଣ ଚାପରେ ଅଛନ୍ତି । ତେବେ ଏହା ଚିନ୍ତାର ବିଷୟ ହେବା ଉଚିତ ନୁହେଁ । ସମସ୍ତେ ବିନା ଡରରେ ଖେଳିବା ଦରକାର । ଏହି ୩ ପ୍ଲେୟାର ୧୫୦ରୁ ଅଧିକ ଷ୍ଟ୍ରାଇକ ରେଟରେ ରନ୍ କରିପାରିବେ ।

କପିଲ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ରନ୍ କରିବାର ଆବଶ୍ୟକତା ଅଛି ବିରାଟ ଓ ରୋହିତ ଆଉଟ୍ ହୋଇଯାଉଛନ୍ତି । ପାଳିରେ ରନରେଟ୍ ବଢାଇବା ସମୟରେ ସେମାନେ ପ୍ୟାଭିଲିୟନ ଫେରୁଛନ୍ତି । ତେଣୁ ଦଳ ଉପରେ ଚାପ ବଢିଥାଏ । ଯଦି କେବଳ ଷ୍ଟ୍ରାଇକର ରୋଲ୍ ନିଭାଇବାକୁ ହୁଏ ତେବେ ଆଙ୍କର ରୋଲ୍ ହିଁ ଠିକ୍ ।

କେଏଲ ରାହୁଲଙ୍କୁ ନେଇ ମଧ୍ୟ କପିଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ତାଙ୍କ କାମକୁ ନେଇ ସ୍ପଷ୍ଟତା ଜରୁରୀ । ଯଦି ଦଳ ତାଙ୍କୁ ୨୦ ଓଭର ଖେଳିବାକୁ କୁଏ ଓ ସେ ୬୦ ରନରେ ପ୍ୟାଭିଲିୟନ ଫେରନ୍ତି ତେବେ ଏହା ଠିକ୍ ନୁହେଁ । ନିଜର ଆଭିମୁଖ୍ୟ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି । ଏପରି ନହେଲେ ଖେଳାଳି ବଦଳାଇବାକୁ ହୁଏ ।

ସୂଚନାଯୋଗ୍ୟ, ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍ ପାଇଁ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି । ଉଭୟ ଆଇପିଏଲ ୨୦୨୨ରେ ଖରାପ ପ୍ରଦର୍ଶନ କରିଥିଲେ । ଏହାବ୍ୟତୀତ ବ୍ୟସ୍ତତା ଖେଳସୂଚୀ କାରଣରୁ ସେମାନଙ୍କୁ ବିଶ୍ରାମ ଦିଆଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ