ଅପରାଧ ରାଜ୍ୟ

ନାଁ କୁ ଫୁଟ୍‌ପାଥ୍‌: ପସରା ମେଲିଛି, ବାଇକ୍‌ ପାର୍କିଂ ହେଉଛି

ଭୁବନେଶ୍ବର: ଚାଲିକି ଯା’ଆସ କରିୁଥିବା ଲୋକଙ୍କ ପାଇଁ ମୁଖ୍ୟ ରାସ୍ତା କଡ଼ରେ ରହିଛି ଫୁଟ୍‌ପାଥ୍‌। କିନ୍ତୁ ଏଜି ଛକରୁ ରାଜମହଲ ପର୍ଯ୍ୟନ୍ତ ଉଭୟ ପାର୍ଶ୍ବର ଫୁଟ୍‌ପାଥ୍‌ରେ ଲୋକେ ଚାଲିକି ଯା’ଆସ କରିପାରନ୍ତିନାହିଁ। ଏହି ଫୁଟ୍‌ପାଥ୍‌ରେ ମେଲିଛି ଉଠାଦୋକାନୀଙ୍କ ପସରା ଓ ବାକି କିଛି ଅଂଶରେ ବେପାରୀଙ୍କ ବାଇକ୍‌ ପାର୍କିଂ ହେଉଛି। ରାଜଧାନୀର ଅନ୍ୟତମ ମୁଖ୍ୟ ମାର୍କେଟ୍‌ ଅଞ୍ଚଳରେ ଏମିତି ହେଉଛି ଫୁଟ୍‌ପାଥ୍‌ର ଅବସ୍ଥା। ଏହି ଫୁଟ୍‌ପାଥ୍‌ କେବଳ ନାଁକୁ। ଅସଲରେ ଏହା ବେପାରୀଙ୍କ କବ୍‌ଜାରେ। ତେଣୁ ଚାଲିଚାଲି ଯା’ଆସ କରୁଥିବା ଲୋକେ ସମସ୍ୟାରେ ପଡ଼ୁଛନ୍ତି।

ଏଜି ଛକରୁ ରାଜମହଲ ଛକ ପର୍ଯ୍ୟନ୍ତ ଉଭୟ ପାର୍ଶ୍ବରେ ଥିବା ଫୁଟ୍‌ପାଥ୍‌ରେ ବହୁ ଉଠାଦୋକାନୀ ଜବରଦଖଲ କରିଛନ୍ତି। ସେମାନଙ୍କ ଭିତରେ ବି କିଛି ସ୍ଥାୟୀ ଦୋକାନୀ ଅଛନ୍ତି। ସ୍ଥାୟୀ ଦୋକାନୀମାନେ ସେମାନଙ୍କ ସାମଗ୍ରୀସବୁକୁ ଫୁଟ୍‌ପାଥ୍‌ ଉପରେ ରଖୁଛନ୍ତି। ଠେଲାଗାଡ଼ି ଧରି ଆସୁଥିବା ବେପାରୀମାନେ ଫୁଟ୍‌ପାଥ୍‌ ଉପରେ ଠିଆ ହେଉଛନ୍ତି। ଆଉ କିଛି ଉଠାଦୋକାନୀ ଫୁଟ୍‌ପାଥ୍‌ ଉପରେ ପସରା ମେଲାଇ ବସୁଛନ୍ତି। କେବଳ ପସରା ନୁହେଁ, ଦୋକାନୀମାନେ ସେମାନଙ୍କର ୨ଚକିଆ ଗାଡ଼ିକୁ ଫୁଟ୍‌ପାଥ୍‌ ଉପରେ ପାର୍କିଂ କରୁଛନ୍ତି। ଏଠାରେ ବିଏମ୍‌ସି ପକ୍ଷରୁ ୪ଚକିଆ ଯାନ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି। କିନ୍ତୁ ପାର୍କିଂ ଟେଣ୍ଡରଧାରୀମାନେ ବିନା ଟୋକନ୍‌ରେ ୨ଚକିଆ ଗାଡ଼ିକୁ ଫୁଟ୍‌ପାଥ୍‌ ଉପରେ ପାର୍କିଂ କରାଇ ପଇସା ଆଦାୟ କରୁଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।