ଭୁବନେଶ୍ୱର ୨୩।୦୫: ଏସ୍ଟିଏଫ୍ ପଞ୍ଝାରେ ବାଘ ଛାଲ ବେପାରି । ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡି ବସିଲା ଏସ୍ଟିଏଫ୍ । ରାୟଗଡା ଜିଲ୍ଲା ଗୁଣୁପୁର ରାମନଗୁଡା ନିକଟରୁ ଧରିଲା ଏସ୍ଟିଏଫ୍ ।
ଖବର ଅନୁଯାୟୀ, ରାୟଗଡା ଜିଲ୍ଲାର ରାମନଗୁଡ଼ା ନିକଟରେ ବାଘ ଛାଲ ବିକ୍ରି ଡିଲ୍ ଚାଲିଥିଲା । ଏନେଇ ଗୁଇନ୍ଦା ସୂଚନା ପାଇ ଚଢାଉ କରିଥିଲା ଏସ୍ଟିଏଫ୍ । ଏହି ଚଢାଉରେ ରାୟଗଡ଼ା ଚନ୍ଦ୍ରପୁର ଅଞ୍ଚଳର ଜୟନ୍ତ ବିବାରକୁ ଗିରଫ କରିଛି । ଏହାସିହତ ତା ନିକଟରୁ ଗୋଟିଏ କଲତାପତରିଆ ବାଘ ଛାଲ ଜବତ ହୋଇଛି । ୨୦୨୦ରୁ ବର୍ତ୍ତମାନ ସୁଦ୍ଧା ଏସ୍ଟିଏଫ୍ ଦ୍ବାରା ୨୯ ଟି ବାଘ ଛାଲ ଜବତ କରିଛି ।