ଅପରାଧ ରାଜ୍ୟ

ଗୋ-ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ଘଟଣା,୫ ଘଣ୍ଟିଆ ଯଶୀପୁର ବନ୍ଦ ଡାକରା

କରଞ୍ଜିଆ ୨୩।୦୫: ଆଜି ୫ ଘଣ୍ଟିଆ ଯଶୀପୁର ବନ୍ଦ । ଗୋ-ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ପ୍ରତିବାଦରେ ଏହି ବନ୍ଦ ଡ଼ାକରା ଦିଆଯାଇଛି । ବିଜେପି ଓ ଗୋ-ରକ୍ଷକଙ୍କ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।

ଖବର ଅନୁଯାୟୀ, ଗତ ୨୧ ତାରିଖ ଦିନ ୪୯ ନମ୍ବର ଜାତୀୟ ରାଜପଥ ବେଗୁନିଆ ଟୋଲ୍‌ ଗେଟ୍‌ ନିକଟରେ ଗୋ-ମାଫିଆଙ୍କ ଦ୍ୱାରା ଗୋ-ସୁରକ୍ଷାକାରୀଙ୍କୁ ଆକ୍ରମଣ କରାଯାଇଥିଲା । ଏପିରିକି ଗୁଳିମାଡ଼ ମଧ୍ୟ ହୋଇଥିଲା । ଯାହାକୁ ପ୍ରତିବାଦ କରି ଆଜି ବିଜେପି ଓ ଗୋ-ରକ୍ଷକଙ୍କ ତରଫରୁ ୫ ଘଣ୍ଟିଆ ଯଶୀପୁର ବନ୍ଦ ଡାକରା ଦିଆଯାଇଛି ।

ତେବେ ଏହି ବନ୍ଦରେ ଯଶୀପୁର ବଜାରରେ ପ୍ରେଟ୍ରୋଲ ଟାଙ୍କି ସମେତ ସମସ୍ତ ଜରୁରୀକାଳୀନ ସେବା ଗୁଡିକୁ ବାଦ୍‌ ଦିଆଯାଇଥିବା ବେଳେ ଦୋକାନ ବଜାର ବନ୍ଦ ରଖାଯାଇଛି । ସେହିପରି ଯଶୀପୁର ଦେଇ ଯାଇଥିବା ୪୯ ନଂ ଓ ୨୨୦ ନଂ ଜାତୀୟ ରାଜପଥକୁ କର୍ମୀ ମାନେ ଅବରୋଧ କରିଥିବାରୁ ଗମନାଗମନ ସମ୍ପୂର୍ଣ୍ଣ ଠପ ହୋଇଛି

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।