ଅପରାଧ ରାଜ୍ୟ

ରାତିଅଧିଆ ଗଞ୍ଜେଇ ମାଫିଆକୁ ଧରିବାକୁ ଯାଇ ହଟହଟା ହେଲା ମାଲକାନଗିରି ପୁଲିସ୍‌

ମାଲକାନଗିରି/କୋରାପୁଟ: ରାତିଅଧିଆ ଗଞ୍ଜେଇ ମାଫିଆକୁ ଧରିବାକୁ ଯାଇ ମାଲକାନଗିରି ପୁଲିସ୍ ହଟହଟା ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ମାଟିଖାଲରେ ଗଞ୍ଜେଇ ଚୋରାଚାଲାଣ ହେଉଥିବାର ମାଲକାନଗିରି ଏସଡିପିଓ ଶୁଭେନ୍ଦୁ ପାତ୍ର ଖବର ପାଇଥିଲେ। ସେ ବିଳମ୍ବିତ ରାତିରେ ମାଟିଖାଲ ଗାଁକୁ ଏକ ୩୦ ଜଣିଆ ପୁଲିସ୍ ଟିମ୍ ପଠାଇଥିଲେ।

ପୁଲିସ୍ ମାଫିଆକୁ ଧରିବା ଲାଗି ଜଣେ ଲୋକଙ୍କ ଘରେ ଚଢ଼ାଉ କରିଥିଲା। ତାପରେ ଗ୍ରାମବାସୀମାନେ ଏଥିରେ ଉତକ୍ଷିପ୍ତ ହୋଇ ପୁଲିସ୍ କର୍ମୀମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ହେଲେ ଏହି ଘଟଣା ପରେ ଫାଙ୍କା ଗୁଳି ଚାଳନା କରି ପୁଲିସ୍ କର୍ମୀମାନେ ଛତ୍ରଭଙ୍ଗ ଦେଇଥିଲେ। କିନ୍ତୁ ପ୍ରଦୀପ ନାୟକ ନାମକ ଜଣେ କନେଷ୍ଟବଳ ଗାଁ ଲୋକଙ୍କ ଦ୍ୱାରା ଅଟକ ରହିଥିଲେ। ତାଙ୍କୁ ଗ୍ରାମବାସୀମାନେ ନିସ୍ତୁକ ମାଡ଼ ମାରିଥିବାର ଅଭିଯୋଗ ହୋଇଛି। ତେବେ ପରେ ମାଛକୁଣ୍ଡ ଥାନା ପୁଲିସ୍ ପ୍ରଦୀପ ନାୟକଙ୍କୁ ଉଦ୍ଧାର କରିଥିଲେ। ଗ୍ରାମବାସୀଙ୍କ ଆକ୍ରମଣ ଯୋଗୁଁ ୩୦ ଜଣିଆ ପୁଲିସ୍ ଟିମ୍ ଘଟଣାସ୍ଥଳରୁ ଖାଲି ହାତରେ ଫେରିଥିବା ଜଣାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।