ଅପରାଧ ଦେଶ ବିଦେଶ ସ୍ୱାସ୍ଥ୍ୟ

ହୁ’ର ବଳକା କୋଭିଡ୍ ମୃତ୍ୟୁ ରିପୋର୍ଟ: ଭାରତରେ ଟିକା ବେପାର କରିବାରୁ ବଞ୍ଚିତ ଫାର୍ମା କମ୍ପାନିଙ୍କ ଷଡ଼ଯନ୍ତ୍ର ସନ୍ଦେହ

ନୂଆଦିଲ୍ଲୀ: ଜାନୁଆରି ୨୦୨୦ରୁ ଡିସେମ୍ବର ୨୦୨୧ ଭିତରେ ଭାରତରେ ୪.୮ ଲକ୍ଷ ଲୋକ କୋଭିଡ୍‌ରେ ମରିଛନ୍ତି ବୋଲି ଭାରତ ସରକାର ରିପୋର୍ଟ ଦେଇଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଏକ ରିପୋର୍ଟରେ କହିଥିଲା ଯେ ବାସ୍ତବ ମୃତ୍ୟୁସଂଖ୍ୟା ଏହାର ୧୦ ଗୁଣ ଅର୍ଥାତ୍ ୪.୭ ନିୟୁତ। ହୁ ଭାରତର କୋଭିଡ୍‌ ମୃତ୍ୟୁ ସଂଖ୍ୟାକୁ ଏତେ ‌ବଢ଼େଇ ରିପୋର୍ଟ ଦେବା ପଛରେ ବିଶ୍ବର ବଡ଼ ବଡ଼ ଫାର୍ମା କମ୍ପାନିଙ୍କ ହାତ ଅଛି ବୋଲି ଭାରତ ସନ୍ଦେହ କରୁଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଯେଉଁସବୁ ବିଦେଶୀ ଫାର୍ମା କମ୍ପାନିଙ୍କୁ ଭାରତୀୟ କୋଭିଡ୍‌-ବିରୋଧୀ ଟିକା ବଜାରରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନ ଥିଲା, ସେମାନେ ହୁ ରିପୋର୍ଟକୁ ପ୍ରଭାବିତ କରିଥାଇ ପାରନ୍ତି: ଏଥିପାଇଁ ଭାରତରେ ସରକାରୀ ରିପୋର୍ଟଠାରୁ ୧୦ ଗୁଣା ଅଧିକ ଲୋକ ମରିଛନ୍ତି ବୋଲି ଦର୍ଶାଇବା ପାଇଁ ତ୍ରୁଟିପୂର୍ଣ୍ଣ ପଦ୍ଧତିର ଅନୁସରଣ କରାଯାଇଛି ବୋଲି କୁହାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ