ଭୁବନେଶ୍ବର: ଧୀରେ ଧୀରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ କାଲି ରାଜ୍ୟରେ ୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୧୭ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୭ ଜଣ ସ୍ଥାନୀୟ ସଂକ୍ରମିତ। ଆକ୍ରାନ୍ତଙ୍କ ମଧ୍ୟରେ ୦-୧୮ ବର୍ଷ ବୟସ ଭିତରେ ଜଣେ ଥିବା ଜଣାପଡ଼ିଛି।
ଜାଣିବାକୁ ମିଳିଛି ଯେ କଟକ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଜପତିରୁ ୫ ଜଣ, ଖୋର୍ଦ୍ଧାରୁ ୭ ଜଣ, ନୟାଗଡ଼ରୁ ଜଣେ ଓ ଷ୍ଟେଟ୍ପୁଲ୍ରୁ ୨ ଜଣ ଚିହ୍ନଟ ହୋଇଛନ୍ତି।
ନୂଆ ସୁସ୍ଥ ସଂଖ୍ୟା ରହିଛି ୫୨। ନୂଆ ୧୭ ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭ୍ଙ୍କ ସଂଖ୍ୟା ୧୨ ଲକ୍ଷ ୮୮ ହଜାର ୨୩୯ରେ ପହଞ୍ଚିଛି। ସମୁଦାୟ ସୁସ୍ଥଙ୍କ ସଂଖ୍ୟା ରହିଛି ୧୨ ଲକ୍ଷ ୭୮ ହଜାର ୯୨୯। ଏବେ ବି ସକ୍ରିୟ ରହିଛନ୍ତି ୧୩୧ ଜଣ ଆକ୍ରାନ୍ତ।