କୁଡାଲୋର: ସ୍ୱାମୀଙ୍କ ଘରେ ଶୌଚାଳୟ ନଥିବାରୁ ଅସନ୍ତୋଷ ପ୍ରକାଶ କରି ଜଣେ ୨୭ ବର୍ଷୀୟା ମହିଳା ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। କୁଡାଲୋର ଜିଲ୍ଲାର ଆରିସିପେରିଆନକୁପ୍ପମ ଗ୍ରାମର ରାମିୟା ଏକ ଘରୋଇ ଡାକ୍ତରଖାନାରେ କାମ କରନ୍ତି। ଏପ୍ରିଲ ୬ ତାରିଖରେ କାର୍ତ୍ତିକେୟନଙ୍କ ସହ ତାଙ୍କର ବିବାହ ହୋଇଥିଲା। ସ୍ୱାମୀଙ୍କ ଘରେ ଶୌଚାଳୟ ନ ଥିବାରୁ ରାମିୟା ବିବାହର କିଛି ଦିନ ପରେ ତାଙ୍କ ମା’ଙ୍କ ପାଖକୁ ଆସି ରହୁଥିଲେ। କୁଡାଲୋର ସହରରେ ଶୌଚାଳୟ ଥିବା ଏକ ଭଡ଼ା ଘର ଖୋଜିବାକୁ ସେ କାର୍ତ୍ତିକେୟନଙ୍କୁ କହିଥିଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସୋମବାର ରାମିୟା ଘର ଛାତ ଫ୍ୟାନରେ ଫାଶୀ ଲଗାଇଥିଲେ। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା।