ତେଲକୋଇ ୧୦।୦୫: ଗାଧୋଇବାକୁ ଯାଇ ବୁଡିଗଲେ ଛାତ୍ରୀ । ମୃତ ଛାତ୍ରୀଙ୍କ ନାମ ସୁନେଲି ବୋଲି ଜଣାପଡିଛି । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଜଟ ଗାଁରେ ଘଟିଛି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି ।
ଖବର ଅନୁଯାୟୀ, ମଙ୍ଗଳବାର ଦିନ ୧୨ଟା ସମୟରେ ଜଟ ଗାଁର ମାନସ ନାୟକଙ୍କ ସାତ ବର୍ଷ ଝିଅ ସୁନେଲି ନାୟକ କିଛି ସାଙ୍ଗମାନଙ୍କ ସହ ଗାଁର ଭାଲୁବନ୍ଧ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । କିଛି ସମୟ ପରେ ହଠାତ୍ ସେ ପୋଖରୀରେ ବୁଡିଯାଇଥିଲା । ସଙ୍ଗେ ସଙ୍ଗେ ସାଥିରେ ଯାଇଥିବା ପିଲାମାନେ ପରିବାର ଓ ଗାଁ ଲୋକଙ୍କୁ ଖବର ଦେଇଥିଲେ । କିଛି ସମୟର ଖୋଜଖୋଜି ପରେ ସୁନେଲିଙ୍କୁ ଉଦ୍ଧାର କରାଯାଇଥିଲା । କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ସୁନେଲିଙ୍କ ଗୋଡ଼ରେ ଗାମୁଛି ଗୁଡାଇ ହୋଇଯିବାରୁ ସେ ପହଁରି ପାରିନଥିଲେ । ଯାହାଫଳରେ ସେ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି ବୋଲି ଅନୁମାନ କରାଯାଉଛି