କୋରାପୁଟ ୧୦।୦୫: ବିନା ଲାଇସେନ୍ସରେ ଚାଲୁଥିଲା ସିନେମା ହଲ୍। ସିଲ୍ କଲା ଜିଲ୍ଲା ପ୍ରଶାସନ। କୋରାପୁଟ ଜିଲ୍ଲା ସେମିଳିଗୁଡା ସ୍ଥିତ ଗ୍ୟାଲେକ୍ସି ସିନେମା ହଲ୍କୁ ୯୪ ହଜାର ଟଙ୍କା ଜରିମାନା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି।
ଖବର ଅନୁଯାୟୀ, ୨୦୧୯ ମସିହା ପରଠାରୁ ଲାଇସେନ୍ସ ନବୀକରଣ ନକରି ସିନେମା ହଲ୍ ମାଲିକ ବେଆଇନ ଭାବେ ସିନେମା ଚଲାଉଥିଲେ। ଯାହାଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସିନେମା ହଲ୍ର ସମସ୍ତ ପ୍ରବେଶ ରାସ୍ତାକୁ ସିଲ୍ କରାଯାଇଛି। କୋରାପୁଟ ଉପଜିଲ୍ଲାପାଳଙ୍କ ସହ ସୁନାବେଡା ଏସଡିପିଓ ମନୋଜ କୁମାର ବେହେରା, ସୁନାବେଡା ଓ ସେମିଳିଗୁଡା ଥାନା ଆଇଆଇସି ସେମିଳିଗୁଡା ଅତିରିକ୍ତ ତହସିଲଦାର ପ୍ରମୁଖ ଏହି ଚଢାଉରେ ସାମିଲ ଅଛନ୍ତି।