ଖେଳ ଦେଶ ବିଦେଶ

ଥୋମାସ ଆଣ୍ଡ ଉବେର କପ୍ : ବିଜୟ ସହ ଅଭିଯାନ ଆରମ୍ଭ କଲେ ଭାରତୀୟ ପୁରୁଷ ଓ ମହିଳା ଟିମ୍

ନୂଆଦିଲ୍ଲୀ, ୦୯/୦୫: ଥାଇଲାଣ୍ଡର ବ୍ୟାଙ୍କ୍‌କ ଠାରେ ଆରମ୍ଭ ହୋଇଥିବା ଥୋମାସ ଆଣ୍ଡ୍‌ ଉବେର କପ୍‌ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିବସରେ ଭାରତୀୟ ପୁରୁଷ ଓ ମହିଳା ଦଳ ସହଜ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି । ଭାରତୀୟ ପୁରୁଷ ଦଳ ୫-୦ରେ ଜର୍ମାନୀକୁ ପରାସ୍ତ କରିଥିବାବେଳେ ମହିଳା ଦଳ ୪-୧ରେ କାନାଡ଼ାକୁ ପରାଜିତ କରିଥିଲା । ଥୋମାସ କପ୍‌ (ପୁରୁଷ)ରେ ଅନୁଷ୍ଠିତ ଗ୍ରୁପ୍‌-ସି’ ମ୍ୟାଚ୍‌ରେ ଭାରତ କ୍ଲିନ୍‌ସୁଇପ୍‌ ବିଜୟ ହାସଲ କରିଥିଲା ।

ବିଶ୍ୱ ଚାମ୍ପିଅନସିପ୍‌ ବ୍ରୋଞ୍ଜ ପଦକ ବିଜେତା ଲକ୍ଷ୍ୟ ସେନ୍‌ ପ୍ରଥମେ କୋର୍ଟକୁ ଓହ୍ଲାଇଥିଲେ । ସେ ୨୧-୧୬, ୨୧-୧୩ରେ ମ୍ୟାକ୍ସ ୱିସ୍କିରଚେନ୍‌ଙ୍କୁ ପରାସ୍ତ କରିଥିଲେ । ଏହାପରେ ଡବଲ୍ସରେ ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଯୋଡ଼ି ୨୧-୧୫, ୧୦-୨୧, ୨୧- ୧୩ରେ ଜୋନ୍ସ ରାଲ୍‌ଫି ଜାନସେନ ଓ ମାର୍ଭିନ ସିଡେଲ୍‌ ଯୋଡ଼ିଙ୍କୁ ପରାଜିତ କରିଥିଲେ । ଅଭିଜ୍ଞ ସିଙ୍ଗଲ୍ସ ଖେଳାଳି କେ ଶ୍ରୀକାନ୍ତ ୧୮- ୨୧, ୨୧-୯, ୨୧-୧୧ରେ କାଇ ଶ୍ଚାଫରଙ୍କୁ ହରାଇବା ପରେ ଭାରତର ବିଜୟ ନିଶ୍ଚିତ ହୋଇ ଯାଇଥିଲା ।

ସେହିପରି ଅନ୍ୟ ଡବଲ୍ସ ମ୍ୟାଚ୍‌ରେ ଏମ୍‌ଆର୍‌ ଅର୍ଜୁନ ଓ ଧ୍ରୁବ କପିଳା ଯୋଡ଼ି ୨୫-୨୩, ୨୧-୧୫ରେ ବିଜାର୍ନ ଜିସ୍‌ ଓ ଜାନ୍‌ କଲିନ୍‌ ଭୋଏଲକର ଯୋଡ଼ିଙ୍କୁ ପରାସ୍ତ କରିଥିବାବେଳେ ଏଚ୍‌ଏସ୍‌ ପ୍ରଣୟ ୨୧-୯, ୨୧-୯ରେ ମାଥିୟାସ୍‌ କିକ୍‌ଲିଜ୍‌ଙ୍କୁ ହରାଇବା ଫଳରେ ଭାରତ ୫-୦ରେ କ୍ଲିନ୍‌ସୁଇପ୍‌ କରିଥିଲା ।

ଉବେର କପ୍‌ (ମହିଳା)ର କାନାଡ଼ା ବିପକ୍ଷ ଗ୍ରୁପ ଡି’ ମ୍ୟାଚ୍‌ରେ ଭାରତ ୪-୧ରେ ବିଜୟୀ ହୋଇଥିଲା । ଡବଲ୍‌ ଅଲିମ୍ପିକ୍‌ ପଦକ ବିଜୟିନୀ ପିଭି ସିନ୍ଧୁ ପ୍ରଥମ ମ୍ୟାଚ୍‌ରେ ୨୧-୧୭, ୨୧-୧୦ରେ ମିଚେଲି ଲି’ଙ୍କୁ ହରାଇ ଭାରତକୁ ୧-୦ରେ ଆଗୁଆ କରାଇଥିଲେ । ଡବଲ୍ସରେ ଶ୍ରୁତି ମିଶ୍ର ଓ ସିମରନ ସିଂହ ଯୋଡ଼ିଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଏହି ଭାରତୀୟ ଯୋଡ଼ି ୧୯-୨୧, ୧୨-୨୧ରେ ରାଚେଲ ଓ କିର୍ଷ୍ଟେନ ଯୋଡ଼ିଙ୍କ ନିକଟରୁ ହାରି ଯାଇଥିଲେ । ପରବର୍ତ୍ତୀ ସିଙ୍ଗଲ୍ସ ଆକର୍ଷି କଶ୍ୟପ ୧୭-୨୧, ୨୧-୧୮, ୨୧-୧୭ରେ ୱେନ୍‌ ୟୁ ଝାଙ୍ଗ୍‌ଙ୍କୁ ହରାଇ ଦଳକୁ ଅଗ୍ରଣୀ ପ୍ରଦାନ କରିଥିଲେ । ଦ୍ୱିତୀୟ ଡବଲ୍ସ ମୁକାବିଲାରେ ତନିଶା ଓ ତ୍ରିଶା ଜୋଲି ଯୋଡ଼ି ୨୧-୯, ୨୧-୧୫ରେ କ୍ୟାଥେରିନ୍‌ ଓ ଜୋସେଫିନ୍‌ ଯୋଡ଼ିଙ୍କୁ ପରାସ୍ତ କରି ଦଳକୁ ବିଜୟୀ କରାଇଥିଲେ । ଅନ୍ତିମ ସିଙ୍ଗଲ୍ସରେ ଅସ୍ମିତା ଚଲିହା ୧୨-୨୧, ୨୧-୧୧, ୨୨-୨୦ରେ ରାଚେଲ ଚାନଙ୍କୁ ପରାସ୍ତ କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ