ନୂଆଦିଲ୍ଲୀ, ୦୯/୦୫: ଆଇପିଏଲରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍ ଚତୁର୍ଥ ବିଜୟ ହାସଲ କରିଛି । ରବିବାର ଖେଳାଯାଇଥିବା ମୁକାବିଲାରେ ଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ୯୧ ରନରେ ପରାସ୍ତ କରିଛି । ମ୍ୟାଚର ହିରୋ ଥିଲେ ଡେଓ୍ୱାନ କାନଓ୍ୱେ ଓ ମୋଇନ ଅଲ୍ଲୀ ।
ଏହି ବିଜୟ ସହ ସିଏସକେ ଏବେବି ପ୍ଲେ ଅଫ ରେସରେ ରହିଛି । ଦଳ ଏବେସୁଦ୍ଧା ୧୧ ମ୍ୟାଚରୁ ୪ଟିରେ ବିଜୟ ଲାଭ କରିଛି । ପ୍ଲେ ଅଫକୁ ଯିବାକୁ ହେଲେ ଦଳକୁ ବଳକା ସବୁ ମ୍ୟାଚ୍ ଜିତିବାକୁ ହେବ । ତେବେ ଦିଲ୍ଲୀକୁ ହରାଇବା ପରେ ଧୋନୀଙ୍କୁ ପ୍ଲେ ଅଫକୁ ନେଇ ପ୍ରଶ୍ନ କରାଯାଇଥିଲା । ଏହାର ଅତି ମଜାଳିଆ ଉତ୍ତର ଦେଇଥିଲେ ଧୋନୀ ।
ଧୋନୀ କହିଥିଲେ ଯେ, ଆଗାମୀ ମ୍ୟାଚରେ କଣ କରାଯିବ ତାହା ଭାବିବା ଦରକାର । ଯଦି ପ୍ଲେ ଅଫରେ ଦଳ ପହଁଚିବ ତେବେ ତାହା ସବୁଠୁ ଭଲ କଥା ହେବ । କିନ୍ତୁ ଯଦି ସେମାନେ ପ୍ଲେ ଅଫରେ ପହଁଚିବେ ନାହିଁ ତେବେ ଦୁନିଆ ଧ୍ୱଂସ ହୋଇଯିବ ନାହିଁ ।
ସୂଚନାଯୋଗ୍ୟ, ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା ଚେନ୍ନାଇ । ଦଳ ୨୦୮ ରନ୍ କରିଥିଲା । ଜବାବରେ ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ମାତ୍ର ୧୧୭ ରନରେ ଅଲଆଉଟ୍ ହୋଇଯାଇଥିଲା ।