ଦେଶ ବିଦେଶ ମନୋରଞ୍ଜନ

ଅଭିନେତା ହେଇ ନ ଥିଲେ ସଲମାନ୍ ଚିତ୍ରଶିଳ୍ପୀ, ଶାହରୁଖ ବ୍ୟବସାୟୀ ହେଇଥାନ୍ତେ: ମାଧୁରୀ ଦୀକ୍ଷିତ

ଯଦି ଅଭିନେତା ହେଇ ନ ଥାନ୍ତେ ତେବେ ବଲିଉଡର ସୁପରଷ୍ଟାର୍ କୁହାଯାଉଥିବା ସଲମାନ୍ ଓ ଶାହରୁଖ କ’ଣ କରିଥାନ୍ତେ ବୋଲି ଲୋକପ୍ରିୟ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏକ ପୂର୍ବାନୁମାନ ପ୍ରକାଶ କରିଛନ୍ତି। ନିକଟରେ ବଲିଉଡ୍ ହଙ୍ଗାମାକୁ ଦେଇଥିବା ଏକ ସାକ୍ଷାତକାରରେ ମାଧୁରୀ କହିଛନ୍ତି- ସଲମାନ୍ ଖାନ୍ ଗୀତ ଗାଇଥାନ୍ତେ, କାରଣ ତାଙ୍କ କ୍ୟାରିୟର ଗୀତ ଗାଇବାରୁ ହିଁ ଆରମ୍ଭ ହେଇଥିଲା। ଏହା ବ୍ୟତୀତ ସେ ବଡି ବିଲ୍‌ଡିଂ କ୍ଷେତ୍ରରେ ମଧ୍ୟ ନିଜର ଦକ୍ଷତା ଜାହିର କରିଥାନ୍ତେ। ଆହୁରି ମଧ୍ୟ ସଲମାନ୍ ଜଣେ ପେସାଦାର ଚିତ୍ରଶିଳ୍ପୀ ହେଇପାରିଥାନ୍ତେ।

କେବଳ ସଲମାନଙ୍କ ବାବଦରେ ଏତକ କହି ଅଟକି ଯାଇନାହାନ୍ତି ମାଧୁରୀ; ସଲ୍ଲୁଙ୍କ ପରି ଶାହରୁଖ ଯଦି ଅଭିନୟ କରି ନ ଥାନ୍ତେ ତେବେ ସେ କ’ଣ କରିଥାନ୍ତେ ସେକଥା ବି କହୁ କହୁ କହିଦେଇଛନ୍ତି। ଅଭିନୟ କରିବା ଆଗରୁ ଶାହରୁଖ କୁଆଡ଼େ ବ୍ୟବସାୟ କରୁଥିଲେ। ତେଣୁ ସେ ଭଲ ବ୍ୟବସାୟୀ ହୋଇପାରିଥାନ୍ତେ ବୋଲି ମାଧୁରୀ କହିଛନ୍ତି। ଅତୀତରେ ଅଭିଷେକ ବର୍ମନଙ୍କ ପିରିୟଡିକାଲ୍ ଡ୍ରାମା ‘କଳଙ୍କ’‌େର ମାଧୁରୀଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ମିଳିଥିଲା। ଏହାପରେ ନିଜ ପ୍ରଯୋଜନା ସଂସ୍ଥା ଆର୍‌ଏନ୍‌ଏମ୍‌ ପକ୍ଷରୁ ମାଧୁରୀ ନିର୍ମାଣ କରିଥିଲେ ମରାଠୀ ଫିଲ୍ମ ‘ପଞ୍ଚକ’। ଏବେ ନେଟ୍‌ଫ୍ଲିକ୍ସରେ ପ୍ରଦର୍ଶିିତ ହେବାକୁଥିବା ‘ଫେମ୍ ଗେମ୍’ ଧାରାବାହିକ ସମ୍ପର୍କରେ ମାଧୁରୀ ମଧ୍ୟ କିଛି ଟିପ୍ପଣୀ ଦେଇଛନ୍ତି। ଏଥିରେ ସେ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି। ତାଙ୍କ ସହ ଏଇ ଧାରାବାହିକରେ ମାନବ କୌଲ୍ ମଧ୍ୟ ଅଛନ୍ତି। ୱେବ୍ ସିରିଜ୍ ‘ଫେମ୍ ଗେମ୍’ ଚଳିତ ମାସ ୨୫ ତାରିଖରେ ଷ୍ଟ୍ରିମିଙ୍ଗ୍ ପ୍ଲାଟଫର୍ମରେ ପ୍ରଦର୍ଶିିତ ହେବାକୁ ଯାଉଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ