ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ୟୁକ୍ରେନରେ ଫସିଛନ୍ତି ଓଡ଼ିଆ ଡାକ୍ତରୀ ଛାତ୍ରଛାତ୍ରୀ: ଆଶା ଆଶଙ୍କାରେ ପରିବାର, ସୁରକ୍ଷିତ ଫେରାଇ ଆଣିବାକୁ ପ୍ରଶାସନକୁ ଅନୁରୋଧ

ନୂଆଦିଲ୍ଲୀ ୨୪/୦୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ସେପଟେ ୟୁକ୍ରେନରେ ଡାକ୍ତରୀ ପଢ଼ୁଥିବା ଢେଙ୍କାନାଳର ଦୁଇଜଣ ଛାତ୍ରଛାତ୍ରୀ ସମେତ ପ୍ରାୟ ୪୦ରୁ ଅଧିକ ଓଡ଼ିଆ ପିଲା ଫସିରହିଥିବା ଜଣାପଡିଛି । ତେବେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ସନ୍ତୋଷ ସ୍ୱାଇଁଙ୍କ ପୁଅ ସୁପ୍ରୀତ ସ୍ୱାଇଁ ୟୁକ୍ରେନ ସ୍ଥିତ ଭିନିଷ୍ଠ ନାସନାଲ ମେଡ଼ିକାଲ କଲେଜରେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ଭାବେ ପାଠ ପଢୁଛନ୍ତି ।

ସୁପ୍ରୀତଙ୍କ ସହ କାମାକ୍ଷାନଗରର ସୁଭଲିପ୍ସା ନାମକ ଜଣେ ଛାତ୍ରୀ ପ୍ରଥମ ବର୍ଷ ଓ ଢେଙ୍କାନାଳ ସହର କାଠଗଡା ଅଂଚଳର ଆଦିତ୍ୟ ମହାପାତ୍ରଙ୍କ ପୁଅ ଆଶାଦିପ ମଧ୍ୟ ଡାକ୍ତରୀ ପଢ଼ୁଥିବା ଜଣାପଡିଛି । ଗତ ଡିସେମ୍ବର ମାସରୁ ସୁପ୍ରୀତ ଘରୁ ୟୁକ୍ରେନ ଯାଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ।

ଏହି ଯୁଦ୍ଧ ଆରମ୍ଭ ହେବା ପରେ ସୁପ୍ରୀତଙ୍କ ପରିବାର ଓ ଗ୍ରାମବାସୀଙ୍କ ମନରେ ଏକ ପ୍ରକାର ଭୟର ବାତାବରଣ ଖେଳିସାଇଛି । କିପରି ତାଙ୍କ ପିଲାମାନେ ସୁରକ୍ଷିତ ଅବସ୍ଥାରେ ଫେରି ଆସିବେ ସେଥିପାଇଁ ସୁପ୍ରୀତ ଙ୍କ ଗ୍ରାମବାସୀ ଓ ତାଙ୍କ ପରିବାର ସରକାରଙ୍କ ଉଦ୍ଦେଶ୍ୟରେ ଅନୁରୋଧ କରିଛନ୍ତି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି