ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଏବେ ୧୨ ରୁ ୧୫ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା ? ଭାରତକୁ ମିଳିବ ସବୁଠୁ ଶସ୍ତା ଭ୍ୟାକ୍ସିନ

ନୂଆଦିଲ୍ଲୀ ୧୫।୦୨: ଭାରତକୁ ମିଳିବାକୁ ଯାଉଛି ଆଉ ଏକ କରୋନା ଭ୍ୟାକ୍ସିନ। ବାୟୋଲୋଜିକାଲ ଇର କୋଭିଡ୍ ୧୯ ଭ୍ୟାକ୍ସିନ କୋରବେଭ୍ୟାକ୍ସକୁ ଜରୁରୀକାଳୀନ ମଞ୍ଜୁରୀ ମିଳିଥିଲା। ଏବେ ମଙ୍ଗଳବାର ଏହା ଲୋକଙ୍କ ପାଇଁ ଉପଲବ୍ଧ ହେବାକୁ ଯାଉଛି। ଅଗଷ୍ଟ ମାସରେ ଭ୍ୟାକ୍ସିନ ପାଇଁ ୩୦ କୋଟି ଡୋଜ୍ ଅର୍ଡର ଦିଆଯାଇଥିଲା। ବାୟୋଲୋଜିକାଲ ଇ ଏ ପର୍ଯ୍ୟନ୍ତ ୨୫ କୋଟି ଡୋଜ୍ ଉତ୍ପାଦନ କରି ସାରିଛି। ଆଗାମୀ କିଛି ସପ୍ତାହରେ ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ ହୋଇଯିବ ବୋଲି କୁହାଯାଇଛି।

ଗତ ବର୍ଷ କେନ୍ଦ୍ର ସରକାର ଭ୍ୟାକ୍ସିନ ପାଇଁ ୧୫୦୦ କୋଟି ଟଙ୍କା ଅଗ୍ରୀମ ପୈଠ କରିଥିଲେ। ଡିଜିସିଆଇ କୋରବେଭ୍ୟାକ୍ସର ୧୨ ରୁ ୧୮ ବର୍ଷ ବର୍ଗଙ୍କ ଟିକାକରଣ ପାଇଁ ମଧ୍ୟ ସୁପାରିଶ କରିଛି। ଶୀଘ୍ର ଡିଜିସିଆଇ ଡବଲ୍ ଡୋଜ୍ ବିଶିଷ୍ଟ ଏହି ଭ୍ୟାକ୍ସିନକୁ ଚୂଡାନ୍ତ ମଞ୍ଜୁରୀ ଦେଇପାରେ। ସରକାରୀ ସୂତ୍ର ଅନୁଯାୟୀ, କୋରବେଭ୍ୟାକ୍ସର ମୂଲ୍ୟ ପ୍ରାୟ ୧୪୫ ଟଙ୍କା ରହିଛି। ଏଥିରେ କୌଣସି ଟ୍ୟାକ୍ସ ଅନ୍ତର୍ଭୁକ୍ତ ନାହିଁ।

ଗତ ବର୍ଷ ଡିସେମ୍ବରରେ ଡିଜିସିଆଇ କୋରବେଭ୍ୟାକ୍ସର ଜରୁରୀକାଳୀନ ମଞ୍ଜୁରୀ ଦେଇଥିଲା। ମାତ୍ର ସଂପ୍ରତି ଦେଶରେ ଜାରି ଟିକାକରଣ ଅଭିଯାନରେ ଏହି ଭ୍ୟାକ୍ସିନକୁ ସାମିଲ୍ କରାଯାଇ ନାହିଁ। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏହା ଆରବିଡି ପ୍ରୋଟିନ ସବ ୟୁନିଟ୍ ଭ୍ୟାକ୍ସିନ। ଉଲ୍ଲେଖନୀୟ ଏହା ପୂର୍ବରୁ ୧୮ ବର୍ଷରୁ କମ ବୟସର ପିଲାଙ୍କ ପାଇଁ କୋଭ୍ୟାକ୍ସିନକୁ ଜରୁରୀକାଳୀନ ମଞ୍ଜୁରୀ ମିଳି ସାରିଛି। କୋରବେଭ୍ୟାକ୍ସ ପାଇଁ ମଧ୍ୟ କ୍ଲିନିକଲ ତଥ୍ୟ ପ୍ରଦାନ କରାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ