ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

୫୦ ଟଙ୍କାରୁ କମ୍‌ରେ ଦୁଇଟି ରିଚାର୍ଜ ପ୍ଲାନ୍, ଫ୍ରି କଲିଂ ସହ ମିଳୁଛି ୨ ଜିବି ପର୍ଯ୍ୟନ୍ତ ଡାଟା

ନୂଆଦିଲ୍ଲୀ : ଗ୍ରାହକଙ୍କ ପାଇଁ ଖୁସିଖବର। ବିଏସଏନଏଲ୍ ଆଣିଛି ଅନେକ ଆକର୍ଷଣୀୟ ରିଚାର୍ଜ ପ୍ଲାନ୍। ଯାହାଦ୍ୱାରା ଆମେ ଖୁବ୍ ଲାଭବାନ୍ ହୋଇପାରିବା । ସରକାରୀ ଟେଲିକମ୍ କମ୍ପାନୀ BSNL ପାଖରେ ୫୦ ଟଙ୍କାରୁ କମ୍ ରେ ୨ ଜବରଦସ୍ତ ରିଚାର୍ଜ ପ୍ଲାନ୍ ରହିଛି। ଏହି ପ୍ଲାନ୍ ୧୮ ଓ ୨୯ ଟଙ୍କାରେ। ଟେଲିକମର ଏକ ରିପୋର୍ଟ ଅନୁସାରେ ବିଏସଏନଏଲର ଏହି ପ୍ଲାନରେ ଅନଲିମିଟେଡ୍ କଲିଂ ସହ ଇଣ୍ଟରନେଟ୍ ଡାଟାର ବି ସୁବିଧା ପାଇପାରିବେ। ଏହି ରିଚାର୍ଜ ପ୍ଲାନରେ ୟୁଜରଙ୍କୁ ୨ ଜିବି ପର୍ଯ୍ୟନ୍ତ ବି ଡାଟା ପାଇପାରେ। ତେବେ ଆସନ୍ତୁ ଜାଣିବା କଣ ଏହି ଡାଟା ଓ ଏହା ଦ୍ୱାରା କଣ କଣ ସବୁ ବେନିଫିଟ୍ ମିଳୁଛି।

୧୮ ଟଙ୍କିଆ ରିଚାର୍ଜ ପ୍ଲାନ୍:

ବିଏସଏନଏଲ୍ ର ୧୮ ଟଙ୍କିଆ ଚିଚାର୍ଜ ପ୍ଲାନରେ ୟୁଜର୍ସଙ୍କୁ ୨ ଦିନ ଭ୍ୟାଲିଡିଟି ସହ ପ୍ରତିଦିନ ୨ଜିବି ଡାଟା ମିଳିଥାଏ। ଅର୍ଥାତ୍ ଦିନକୁ ୧ ଜିବି ଡାଟା ମିଳିଥାଏ। ଏହି ପ୍ଲାନରେ ଗୋଟିଏ ଦିନକୁ ୯ଟଙ୍କା ପଡିଥାଏ। ବିଏସଏନଏଲ୍ ଏହି ପ୍ଲାନରେ ଅନଲିମିଟେଡ୍ କଲିଂ ସୁବିଧା ମିଳିବ।

ବିଏସଏନଏଲ୍ ର ୨୯ ଟଙ୍କିଆ ପ୍ରିପେଡ୍ ରିଚାର୍ଜ ପ୍ଲାନ:

ଏହି ପ୍ଲାନ୍ ରେ ୫ ଦିନ ଭ୍ୟାଲିଡିଟି ମିଳିଥାଏ। ଏହା ସହ ଏତିରେ ୧ଜିବିର ଡାଟା ମିଳିଥାଏ। ଏହି ପ୍ଲାନରେ ଅନଲିମିଟେଡ୍ କଲିଂର ସୁବିଧା ଉପଲବ୍ଧ ରହିଛି। କିନ୍ତୁ ଏବେ ଏହି ପ୍ଲାନରେ ଏସଏମଏସର କୌଣସି ସୁବିଧା ଉପଲବ୍ଧ ନାହିଁ।

ଏହି ସବୁ ପ୍ଲାନ୍ ଛଡ଼ା ବିଏସଏନଏଲ୍ ୯୯ଟଙ୍କାରେ ଆଉ ଏକ ଜବରଦସ୍ତ ରିଚାର୍ଜ ପ୍ଲାନ୍ ଆଣିଛି। ଏହି ପ୍ଲାନ୍ ୨୨ ଦିନ ପାଇଁ। ଏଥିରେ ଅନଲିମିଟେଡ୍ କଲିଂ ରହିଛି କିନ୍ତୁ ଏଥିରେ କୌଣସି ଡାଟାର ସୁବିଧା ନାହିଁ। ଏହି ପ୍ଲାନ୍ ସେହି ଲୋକମାନଙ୍କ ପାଇଁ ଖୁବ୍ ଜରୁରୀ ଯାହାର ଡାଟା ଆଦୌ ଆବଶ୍ୟକ ପଡେନି। ଏଥିରେ SMSର ବି ସୁବିଧା ନାହିଁ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ