ଭୁବନେଶ୍ୱର ୨୭।୦୧: ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ଯୁକ୍ତ ବୋର୍ଡ ପରୀକ୍ଷା ବାତିଲ୍ ଦାବିରେ ଧାରଣା ଓ ବିକ୍ଷୋଭ । ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ ।
ଖବର ଅନୁଯାୟୀ,ସାମ୍ପ୍ରତିକ କରୋନା ପରିସ୍ଥିତିକୁ ଦେଖି ଯୁକ୍ତ ପରୀକ୍ଷା ବାତିଲ ନେଇ ଦାବି କରିଛି ଯୁକ୍ତ ଦୁଇ ଛାତ୍ର ସଂଘ। ବର୍ଷର ଅଧିକାଂଶ ସମୟ ପାଇଁ ପାଠ ପଢା ବନ୍ଦ ରହିଥିଲେ । ତେଣୁ ପରୀକ୍ଷା କଲେ ପିଲାଙ୍କ ପାଇଁ ଅସୁବିଧା ହୋଇପାରେ । ଛାତ୍ର ଛାତ୍ରୀ ମାନେ ୬ ମାସରୁ କମ୍ ସମୟ ମଧ୍ୟରେ ପୁରା ୧ ବର୍ଷର ପାଠ୍ୟକ୍ରମକୁ କଭର୍ କରିଛନ୍ତି |
ଏପିରିକି ରାଜ୍ୟର ଅଧିକାଂଶ ଛାତ୍ର ମଧ୍ୟବିତ୍ତ ପରିବାରର ଅଟନ୍ତି । ସବୁ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ୍ ନଥିବା ବେଳେ ଆଉ କାହା ପାଖରେ ଇଣ୍ଟରନେଟ୍ର ସୁବିଧା ମଧ୍ୟ ନାହିଁ । ଅନଲାଇନ୍ କ୍ଲାସ୍ ସମସ୍ତଙ୍କ ପାଇଁ ଲାଭଦାୟକ ନୁହେଁ । ପରୀକ୍ଷା ବାତିଲ କରାଯାଇ କ୍ୱାର୍ଟର ପରୀକ୍ଷା ଆଧାରରେ ମାର୍କ ପ୍ରଦାନ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି । ଏପରି ଦାବି ନେଇ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଛକରେ ରାଜ୍ୟର ବିଭିନ୍ନ ଯୁକ୍ତ କଲେଜର ଛାତ୍ରଛାତ୍ରୀମାନ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।କ୍ୱାଟର ପରୀକ୍ଷା ଆଧାରରେ ମାର୍କ ଦିଆଯାଉ ବୋଲି ଯୁକ୍ତ ଛାତ୍ର ସଂଘ ଦାବି କରିଛି ।