ଖେଳ ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ମହେନ୍ଦ୍ର ସିଂ ଧୋନୀ କରିବେ କୁକୁଡ଼ା ଚାଷ: କଳା କଡକନାଥ କୁକୁଡା ଚାଷ ପାଇଁ ୨ ହଜାର ଚିଆଁ କରିଛନ୍ତି ବରାଦ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ସବୁଠୁ ଅଧିକ ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କରିବେ କୁକୁଡା ଚାଷ । କଥାଟି ଶୁଣି ଆପଣଙ୍କୁ ଅଜବ ଲାଗିପାରେ । ମାତ୍ର ଏହା ସତ । ଖୁବଶୀଘ୍ର ଧୋନୀଙ୍କ ପ୍ରସ୍ତାବିତ ଜୈବିକ କୁକୁଡା ଫାର୍ମରୁ ମିଳିବ କଳା କଡକନାଥ କୁକୁଡା । ରାଞ୍ଚିରେ ଥିବା ଫାର୍ମରେ କୁକୁଡା ଚାଷ ଆରମ୍ଭ କରିବେ ଧୋନୀ । ଏଥିପାଇଁ କାମ ଆରମ୍ଭ କରିଛନ୍ତି ଧୋନୀ । ନିକଟରେ ଆଇପିଏଲ୍ କାର୍ଯ୍ୟକ୍ରମ ସାରି ସ୍ୱଦେଶ ଫେରିବା ସହ ୨ ହଜାର କଳା କଡକନାଥ ଚିଆଁ ବରାଦ କରିଛନ୍ତି ମହେନ୍ଦ୍ର ସିଂ ଧୋନୀ । ଏହି ପ୍ରଜାତିର ବିରଳ କୁକୁଡାର ମାର୍କେଟରେ ରହିଛି ବେଶ୍ ଚାହିଦା ।

କଡକନାଥ କୁକୁଡାରେ ଥିବା କଳା ରକ୍ତ ଓ କଳା ମାଂସ ଖାଇବାକୁ ସ୍ବାଦିଷ୍ଟ ଲାଗିଥାଏ । ଏପରିକି ଏହି କୁକୁଡା ଫ୍ୟାଟ୍ ଓ କୋଲେଷ୍ଟ୍ରଲ ବଢାଉ ନଥିବାରୁ ଲୋକଙ୍କର ଏହାର ମାଂସ ଖାଇବା ପ୍ରତି ଆଗ୍ରହ ରହିଛି । ଏହି ବିରଳ ପ୍ରଜାତିର କଡକନାଥ କୁକୁଡ଼ା ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାରେ ବେଶୀ ମାତ୍ରାରେ ଦେଖିବାକୁ ମିଳେ । ତେଣୁ ଏହାର ବିଶେଷ ଚାହିଦାକୁ ଦେଖି ମହେନ୍ଦ୍ର ସିଂ ଧୋନୀ କଡକନାଥ କୁକୁଡର ଚାଷ ପାଇଁ ଆଗ୍ରହୀ ଥିବା ଜଣାପଡିଛି । କୁକୁଡା ପାଇଁ ଝାବୁଆରେ ଥିବା କଡକନାଥ ମୁର୍ଗା ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକଙ୍କୁୁ ଯୋଗାଯୋଗ କରିଛନ୍ତି ଧୋନୀ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ