ଧର୍ମ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଚିମୁଟାଏ ଲୁଣ ଦୁର କରିବ ସମସ୍ତ ସମସ୍ୟା, ଘରେ ବୃଦ୍ଧି ପାଇବ ସୁଖ-ସମୃଦ୍ଧି

ନୂଆଦିଲ୍ଲୀ ୦୯/୦୮ : ଲୁଣ ଖାଦ୍ୟର ସ୍ୱାଦ ବଢାଇବା ସହିତ ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ବାସ୍ତୁ ଅନୁଯାୟୀ, ଏହା ସହ ଜଡିତ ଉପାୟ କରିବା ଦ୍ୱାରା ଜୀବନର ସମସ୍ୟା ଦୁର ହୋଇଥାଏ । ନଜର ଦୋଷ ଏବଂ ରାହୁ-କେତୁ ପ୍ରଭାବ କମ୍ ହୋଇ ଘରେ ସକରାତ୍ମକ ଶକ୍ତି ବଢିଥାଏ । ଏହା ସହିତ, ଚାପ ଏବଂ ରୋଗ ଦୂର ହୋଇ, ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ । ତେବେ ଚାଲନ୍ତୁ ଜାଣିବା ବାସ୍ତୁ ଅନୁଯାୟୀ ଲୁଣ ସହିତ ଜଡିତ କିଛି ବିଶେଷ ଉପାୟ ବିଷୟରେ…

ନଜର ଦୋଷରୁ ମୁକ୍ତି ପାଇବା ପାଇଁ :

ବାସ୍ତୁ ଅନୁଯାୟୀ ଲୁଣ ଉପାୟ ଦ୍ୱାରା ନଜର ଦୋଷ ଦୁର ହୋଇଥାଏ। ଏଥିପାଇଁ, ଏକ ଚାମଚ ଲୁଣ ନେଇ, ନଜର ଲାଗିଥିବା ସଦସ୍ୟର ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ୭ ଥର ବୁଲାନ୍ତୁ । ଏହା ପରେ, ପଛକୁ ନ ଚାହିଁ ସେହି ଲୁଣକୁ ପ୍ରବାହିତ ପାଣିରେ ପକାନ୍ତୁ । ଏହା ଶୀଘ୍ର ନଜର ଦୋଷ ଦୁର କରିବ ବୋଲି ବିଶ୍ୱାସ କରାଯାଏ।

ବାସ୍ତୁ ଦୋଷ କରିବା ପାଇଁ :

କାଚ ଡବାରେ ଲୁଣ ଭରି ଏହାକୁ ଘରର ଶୌଚାଳୟ ଏବଂ ବାଥରୁମରେ ରଖି ଦିଅନ୍ତୁ । ଏହା ବାସ୍ତୁ ଦୋଷରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ । ଉଭୟ ଲୁଣ ଏବଂ କାଚ ରାହୁ ଗ୍ରହ ସହିତ ଜଡିତ। ଏହା ସହିତ ରାହୁଙ୍କୁ ମଧ୍ୟ ଜୀବାଣୁର କାରଣ ବୋଲି ବିବେଚନା କରାଯାଏ । ତେଣୁ ଏହି ପ୍ରତିକାର କରିବା ଦ୍ୱାରା ରାହୁଙ୍କ ନକାରାତ୍ମକ ପ୍ରଭାବ ଦୁର ହୋଇଥାଏ । ଘରେ ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ । ଆହୁରି ମଧ୍ୟ, ଘରେ ରୋଗ ବ୍ୟାପିବାର ଆଶଙ୍କା କମ୍ ରହିଥାଏ ।

ବ୍ୟବସାୟରେ ଅଭିବୃଦ୍ଧି ପାଇଁ :

ଯଦି ଆପଣ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଆପଣ ଲୁଣ ସମ୍ବନ୍ଧୀୟ ଉପାୟ କରିପାରିବେ । ଏଥିପାଇଁ ଏକ ଲାଲ୍ କପଡ଼ାରେ କିଛି ଲୁଣ ବାନ୍ଧି ଅଫିସ୍ ବା କାର୍ଯ୍ୟକ୍ଷେତ୍ରର ମୁଖ୍ୟ ପ୍ରବେଶ ପଥରେ ଟାଙ୍ଗନ୍ତୁ । ଏହା ଦ୍ୱାରା ବ୍ୟବସାୟ ଏବଂ ଚାକିରି ସମ୍ବନ୍ଧୀୟ ସମସ୍ୟାକୁ ଦୁର ହୋଇ ପ୍ରଗତିର ରାସ୍ତା ଖୋଲିଥାଏ ।

ରାହୁ-କେତୁ ପ୍ରଭାବ କମ କରିବା ପାଇଁ :

ଶୋଇବା ପୂର୍ବରୁ ହାତ ଓ ପାଦକୁ ଉଷୁମ ପାଣିରେ ଧୋଇ ଶୋଇବାକୁ ଯାଆନ୍ତୁ । ଏହା କୁଣ୍ଡଳୀରେ ରାହୁ-କେତୁ ପ୍ରଭାବକୁ କମ୍ କରିଥାଏ ଏବଂ ଜୀବନରେ ସୁଖ ଆଣିଥାଏ । ସମସ୍ତ ଚାପକୁ ଦୁର କରି ଭଲ ନିଦ ପାଇବାରେ ସାହାଯ୍ୟ କରିଥାଏ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ