ଖେଳ ଦେଶ ବିଦେଶ

ଅଧିନାୟକ ହେବା ପରେ ଧୱନ ରଖିଲେ ପ୍ରତିକ୍ରିୟା, କହିଲେ ମୋ ପାଇଁ ଏହା ସମ୍ମାନ ଏବଂ ଗୌରବର ବିଷୟ

ନୂଆଦିଲ୍ଲୀ ୧୨/୬ : ଆସନ୍ତା ମାସରେ ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କା ବିପକ୍ଷରେ ସୀମିତ ଓଭର ସିରିଜ୍ ଖେଳିବ। ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ବିସିସିଆଇ ଦଳର କମାଣ୍ଡ ଶିଖର ଧାୱନଙ୍କୁ ଦିଆଯାଇଛି । ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳର ନେତୃତ୍ୱ ନେବାର ଦାୟିତ୍ୱ ଦିଆଯିବା ପରେ ଓପନର୍ ଶିଖର ଧୱନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ତାଙ୍କୁ ଏହି ସୁଯୋଗ ଦିଆଯିବା ତାଙ୍କ ପାଇଁ ଗୌରବ ବିଷୟ ।

ଭାରତୀୟ ଦଳ ଜୁଲାଇ ୧୩ରୁ ଶ୍ରୀଲଙ୍କା ଗସ୍ତରେ ତିନୋଟି ODI ଏବଂ ଟି -20 ମ୍ୟାଚ୍ ଖେଳିବ । ଯାହା କଲମ୍ବୋରେ ଖେଳାଯିବ । ଚୟନକର୍ତ୍ତାମାନେ ଶ୍ରୀଲଙ୍କା ଯାତ୍ରା ପାଇଁ ଅନେକ ନୂଆ ଚେହେରା ବାଛିଥିଲେ । କାରଣ ମୁଖ୍ୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଏବଂ ଇଂଲଣ୍ଡ ବିପକ୍ଷ ପାଞ୍ଚଟି ଟେଷ୍ଟ ମ୍ୟାଚ୍ ପାଇଁ ବ୍ରିଟେନରେ ରହିବେ । ତେବେ ଅଧିନାୟକ ହେବା ପରେ ଟ୍ୱିଟର ମାଧ୍ୟମରେ ଧୱନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଧାୱନ କହିଛନ୍ତି ଯେ ଦେଶକୁ ଆଗେଇ ନେବା ପାଇଁ ସୁଯୋଗ ଦିଆଯାଇଥିବାରୁ ମୁଁ ସମ୍ମାନିତ । ଆପଣଙ୍କର ସମସ୍ତ ଶୁଭେଚ୍ଛା ପାଇଁ ଧନ୍ୟବାଦ ” ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ