ଦେଶ ବିଦେଶ ମନୋରଞ୍ଜନ ରାଜନୀତି ରାଜ୍ୟ

ଉଦ୍ଧବ ଠାକରେଙ୍କୁ କଙ୍ଗନାଙ୍କ ଆକ୍ଷେପ: ଟ୍ୱିଟ୍ କରି କହିଲେ ମହାରାଷ୍ଟ୍ରରେ ଲକଡାଉନ୍ ଏହିଭଳି…

ମୁମ୍ବାଇ ୧୬/୦୪ : ବଲିଉଡର ପଙ୍ଗା ଗାର୍ଲ କଙ୍ଗନା ରଣାୱତ ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ୍। ୨୦୨୦ରେ କଙ୍ଗନା ଓ ମହାରାଷ୍ଟ୍ର ସରକାରନ ମଧ୍ୟରେ ଖୁବ ବୟାନବାଜି ହୋଇଥିଲା। ସମ୍ପର୍କ ଏତେ ଖରାପ ହୋଇଯାଇଥିଲା ଯେ ମହାରାଷ୍ଟ୍ର ସରକାରଙ୍କ ଇସାରାରେ କଙ୍ଗନାଙ୍କ ମୁମ୍ବାଇ ସ୍ଥିତ ଅଫିସରେ ଭଙ୍ଗାରୁଜା କରାଯାଇଥିଲା। ଏହାପରେ କଙ୍ଗନା ସୋସିଆଲ ମିଡ଼ିଆରେ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଥିଲେ ଓ ଅନେକ ମନ୍ତବ୍ୟ ଦେଇଥିଲେ। ବର୍ତ୍ତମାନ କଙ୍ଗନା ପୁଣି ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ମାମଲାରେ ମହାରାଷ୍ଟ୍ର ସରକାରଙ୍କ ୧୫ ଦିନିଆ ଲକଡାଉନକୁ ଟାର୍ଗେଟ କରି ପ୍ରହସନ ବୋଲି କହିଛନ୍ତି।

କିଛି ସମୟ ପୂର୍ବରୁ କଙ୍ଗନା ଟ୍ୱିଟରରେ ଏକ ଫଟୋ ସେୟାର କରିଛନ୍ତି। ସେ ଏକ ଶେଡର ଫଟୋ ସେୟାର କରିଛନ୍ତି ଯାହା ସବୁଆଡୁ ଖୋଲା ଅଛି ଓ ସାମ୍ନାକୁ ଲକ ହୋଇଛି। ଫଟୋରେ ଲେଖାହୋଇଛି-‘ମହାରାଷ୍ଟ୍ରର ଲକଡାଉନ ବି ଏହିଭଳି’କଙ୍ଗନାଙ୍କ ଏହି ଫଟୋ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେଉଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ