ମୁମ୍ବାଇ ୧୬/୦୪ : ବଲିଉଡର ପଙ୍ଗା ଗାର୍ଲ କଙ୍ଗନା ରଣାୱତ ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ୍। ୨୦୨୦ରେ କଙ୍ଗନା ଓ ମହାରାଷ୍ଟ୍ର ସରକାରନ ମଧ୍ୟରେ ଖୁବ ବୟାନବାଜି ହୋଇଥିଲା। ସମ୍ପର୍କ ଏତେ ଖରାପ ହୋଇଯାଇଥିଲା ଯେ ମହାରାଷ୍ଟ୍ର ସରକାରଙ୍କ ଇସାରାରେ କଙ୍ଗନାଙ୍କ ମୁମ୍ବାଇ ସ୍ଥିତ ଅଫିସରେ ଭଙ୍ଗାରୁଜା କରାଯାଇଥିଲା। ଏହାପରେ କଙ୍ଗନା ସୋସିଆଲ ମିଡ଼ିଆରେ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଥିଲେ ଓ ଅନେକ ମନ୍ତବ୍ୟ ଦେଇଥିଲେ। ବର୍ତ୍ତମାନ କଙ୍ଗନା ପୁଣି ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ମାମଲାରେ ମହାରାଷ୍ଟ୍ର ସରକାରଙ୍କ ୧୫ ଦିନିଆ ଲକଡାଉନକୁ ଟାର୍ଗେଟ କରି ପ୍ରହସନ ବୋଲି କହିଛନ୍ତି।
କିଛି ସମୟ ପୂର୍ବରୁ କଙ୍ଗନା ଟ୍ୱିଟରରେ ଏକ ଫଟୋ ସେୟାର କରିଛନ୍ତି। ସେ ଏକ ଶେଡର ଫଟୋ ସେୟାର କରିଛନ୍ତି ଯାହା ସବୁଆଡୁ ଖୋଲା ଅଛି ଓ ସାମ୍ନାକୁ ଲକ ହୋଇଛି। ଫଟୋରେ ଲେଖାହୋଇଛି-‘ମହାରାଷ୍ଟ୍ରର ଲକଡାଉନ ବି ଏହିଭଳି’କଙ୍ଗନାଙ୍କ ଏହି ଫଟୋ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେଉଛି।