ଖେଳ ଦେଶ ବିଦେଶ

ଆଇପିଏଲ-୨୦୨୧ : ଆଜି କିଙ୍ଗ୍‌ସ ବନାମ କିଙ୍ଗ୍‌ସ, ମୁହାଁମୁହିଁ ହେବେ ଧୋନୀ ଓ ରାହୁଲ

ମୁମ୍ବାଇ ୧୬/୦୪: ଚଳିତ ଆଇପିଏଲ୍‌ର ଅଷ୍ଟମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ପଞ୍ଜାବ କିଙ୍ଗ୍‌ସ । ଏହି ମ୍ୟାଚ୍‌କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ଦ୍ୱିଗୁଣିତ ହୋଇଯାଇଛି । ଗୋଟିଏ ପଟେ ମହେନ୍ଦ୍ର ସିଂ ଧୋନିଙ୍କ ସୁପରକିଙ୍ଗ୍‌ସ ବିଜୟ ଖାତା ଖୋଲିବାକୁ ବ୍ୟଗ୍ର । ଅନ୍ୟ ପଟରେ ଲୋକେଶ ରାହୁଲଙ୍କ ଦୁର୍ଦ୍ଦଷ ପଞ୍ଜାବ କିଙ୍ଗ୍‌ସ ବିଜୟ ଜାରି ରଖି ପଏଣ୍ଟ ତାଲିକାର ଶୀର୍ଷକୁ ସ୍ଥାନ ହାସଲ କରିବାକୁ ପ୍ରସ୍ତୁତ ।

ବୋଲିଂ ତ୍ରୁଟି ସୁଧାରିବ ସୁପରକିଙ୍ଗ୍‌ସ: ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ପରାଜିତ ହେବା ପରେ ସୁପରକିଙ୍ଗ୍‌ସ ପାଇଁ ବିଜୟ ଜରୁରୀ ହୋଇପଡ଼ିଛି । ଶୁକ୍ରବାର ପଞ୍ଜାବ କିଙ୍ଗ୍‌ସକୁ ହରାଇବାକୁ ହେଲେ ଦଳକୁ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ । ବିଶେଷ କରି ବୋଲିଂ ବିଭାଗ ସୁଦୃଢ ହେବା ନିହାତି ଆବଶ୍ୟକ । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୭/୧୮୮ ରନ୍‌ ସଂଗ୍ରହ କରିବା ସତ୍ତେ୍ୱ ସୁପରକିଙ୍ଗ୍‌ସ ପରାଜିତ ହୋଇଥିଲା । ଦୀପକ ଚହର, ସାମ କୁରାନ, ସର୍ଦୁଲ ଠାକୁର, ରବିନ୍ଦ୍ର ଜାଡେଜା ଓ ମୋଇନ ଅଲିଙ୍କ ଭଳି ବୋଲରମାନେ ମଧ୍ୟ ଦକ୍ଷତା ମୁତାବକ ବୋଲିଂ କରିପାରି ନଥିଲେ । ପଞ୍ଜାବ କିଙ୍ଗ୍‌ସ ଦଳରେ ରାହୁଲ, ମୟଙ୍କ ଅଗ୍ରୱାଲ୍‌, କ୍ରିସ ଗେଲ, ନିକୋଲାସ ପୂରନ, ଦୀପକ ହୁଡ଼ାଙ୍କ ଭଳି ବହୁ ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ ରହିଛନ୍ତି । ତେଣୁ ଏମାନଙ୍କ ବିପକ୍ଷରେ ସୁପରକିଙ୍ଗସକୁ ଶୃଙ୍ଖଳିତ ବୋଲିଂ କରିବାକୁ ପଡ଼ିବ ।

ପଞ୍ଜାବ କିଙ୍ଗ୍‌ସର ଡେଥ୍‌ ଓଭର ବୋଲିଂ ଚିନ୍ତା: ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ୨୨୧ ରନ୍‌ର ବିଶାଳ ସ୍କୋର ସଂଗ୍ରହ କରିଥିଲା । ତଥାପି ମାତ୍ର ୪ ରନ୍‌ରେ ବିଜୟ ହାସଲ କରିଥିଲା । ମଧ୍ୟ ଓ ଡେଥ୍‌ ଓଭର ଗୁଡ଼ିକରେ ପଞ୍ଜାବ କିଙ୍ଗ୍‌ସ ବୋଲରମାନେ ଲୟ ହରାଇ ବସିଥିଲେ । ଫଳରେ ସଞ୍ଜୁ ସାମସନ ଏହାର ଫାଇଦା ଉଠାଇ ଶତକ ଅର୍ଜନ କରିଥିଲେ । ଉକ୍ତ ବିଜୟ ପଞ୍ଜାବ କିଙ୍ଗ୍‌ସକୁ ସନ୍ତୁଷ୍ଟ କରିପାରି ନଥିଲା । ସୁପରକିଙ୍ଗ୍‌ସ ବିପକ୍ଷରେ ବିଜୟୀ ହେବା ପାଇଁ ଦଳର ବୋଲିଂ ବିଭାଗକୁ ସୁଦୃଢ କରିବାକୁ ପଡ଼ିବ । ଅବଶ୍ୟ ମହମ୍ମଦ ସାମି, ଝେୟ ରିଚାର୍ଡସନ, ରିଲି ମେରେଡିଥ୍‌ଙ୍କ ଭଳି ବୋଲର ପଞ୍ଜାବ କିଙ୍ଗ୍‌ସ ଦଳରେ ରହିଛନ୍ତି । ତଥାପି ଏମାନଙ୍କୁ ଶୃଙ୍ଖଳିତ ବୋଲିଂ କରିବାକୁ ପଡ଼ିବ । ଶୁକ୍ରବାର ପଞ୍ଜାବ କିଙ୍ଗ୍‌ସ ଏକାଦଶରେ ପରିବର୍ତ୍ତନ କରିବା ଆଶା କରାଯାଉଛି । ମେରିଡିଥ୍‌ଙ୍କ ସ୍ଥାନରେ କ୍ରିସ୍‌ ଜୋର୍ଡାନଙ୍କୁ ସୁଯୋଗ ମିଳିପାରେ । ସେହିପରି ମୁରୁଗାନ ଅଶ୍ୱିନଙ୍କ ସ୍ଥାନରେ ରବି ବିଷ୍ନୋଇ ଖେଳିବା ଆଶା କରାଯାଉଛି । ସୁପରକିଙ୍ଗ୍‌ସ ଏକାଦଶ ଅପରିବର୍ତ୍ତିତ ରଖିବ । ୱାଙ୍ଖଡେରେ କାକର ପ୍ରଭାବ ରହୁଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ନିଶ୍ଚିତ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ