ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ନୂଆପଡାରେ କରୋନା ବିସ୍ଫୋରଣ, ଗୋଟିଏ ଗାଁରୁ ଚିହ୍ନଟ ହେଲେ ୨୯ ପଜିଟିଭ୍

ନୂଆପଡା ୨୪।୦୩: ଓଡିଶାରେ ଉପରମୁହାଁ କରୋନାଗ୍ରାଫ। କଟକ ଓ ଖୋର୍ଦ୍ଧା ଜିଲ୍ଲା ପରେ ଏବେ ଚିନ୍ତା ବଢାଇଲା ନୂଆପଡା ଜିଲ୍ଲା। ଜିଲ୍ଲାର ସିନାପାଲୀ ବ୍ଲକର ଗୋଟିଏ ଗାଁରୁ ଏକ ସଙ୍ଗେ ୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗାଁରୁ ନିଆଯାଇଥିବା ମୋଟ୍ ୫୬ ନମୂନା ମଧ୍ୟରୁ ୨୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ସିନାପାଲୀ ବିଡିଓ ବୁଧବାର ସୂଚନା ଦେଇଛନ୍ତି।

ଉକ୍ତ ଗାଁଟି ଛତିଶଗଡ ସୀମାକୁ ଲାଗି ଥିବାରୁ ସଂକ୍ରମଣ ବ୍ୟାପିଥିବା ସନ୍ଦେହ କରାଯାଉଛି। ଏହା ପରେ ଗାଁର ସମସ୍ତ ଲୋକଙ୍କ ସାମ୍ପଲ ଟେଷ୍ଟ କରାଯିବ ବୋଲି ବିଡିଓ କହିଛନ୍ତି। ପଦକ୍ଷେପସ୍ଵରୂପ ଗାଁର ପ୍ରବେଶ ପଥରେ ପୋଲିସ ମୁତୟନ କରାଯାଇଛି। ଏପରିକି ଆସନ୍ତାକାଲି ହେବାକୁ ଥିବା ସାପ୍ତାହିକ ହାଟକୁ ସରପଞ୍ଚ ବନ୍ଦ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ