ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ରକ୍ତର ଅଭାବ ଦୂର କରିବାରେ ସହାୟକ ହୋଇଥାଏ ଘୋଡା କ୍ଷୀର, ସ୍କିନ୍ ପାଇଁ ମଧ୍ୟ ଲାଭଦାୟକ

ଭୁବନେଶ୍ୱର ୨୪/୦୩: ଯେତେବେଳେ କ୍ଷୀର ବିଷୟରେ ଆଲୋଚନା ହୁଏ, ପ୍ରଥମେ ମନକୁ ଗାଈର ଚିନ୍ତା ଆସିଥାଏ । ଆହୁରି ମଧ୍ୟ ଅନେକ ଲୋକ ଅଛନ୍ତି ଯେଉଁମାନେ ଛେଳି କିମ୍ବା ମଇଁସୀ କ୍ଷୀର ପିଉଛନ୍ତି କିନ୍ତୁ ଅଧିକାଂଶ ଲୋକ କେବଳ ଗାଈ କ୍ଷୀର ହିଁ ପିଅଥାନ୍ତି । କ୍ଷୀର ପିଇବା ଦ୍ୱାରା କ୍ୟାଲସିୟମ୍ ଅଭାବ ପୂରଣ ହୋଇଥାଏ, ହାଡ ମଜବୁତ ହୋଇଥାଏ, ଏହା ସମସ୍ତେ ଜାଣନ୍ତି । ଆପଣ ଜାଣନ୍ତି କି କ୍ଷୀର ଆପଣଙ୍କୁ ଶ୍ୱାସ ଜନିତ ରୋଗ ଏବଂ ଅନ୍ୟାନ୍ୟ ରୋଗରୁ ମଧ୍ୟ ରକ୍ଷା କରିଥାଏ । କିନ୍ତୁ ଏଥିପାଇଁ ଆପଣ ଗାଈ କ୍ଷୀର ନୁହେଁ ବରଂ ଘୋଡା କ୍ଷୀର ପିଇବା ଉଚିତ୍ । ଏହା ଶୁଣିବାକୁ ଟିକିଏ ଅଜବ ଲାଗିଥାଇପାରେ କିନ୍ତୁ ଘୋଡା କ୍ଷୀର ପିଇବା ଦ୍ୱାରା ଆପଣଙ୍କୁ ଅନେକ ଲାଭ ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ଘୋଡା କ୍ଷୀରରୁ ମିଳୁଥିବା ଫାଇଦା…..

ଆଲାର୍ଜି ହୋଇନଥାଏ ଏବଂ ସହଜରେ ହଜମ ହୋଇଥାଏ:

ଅନେକ ଲୋକ ଅଛନ୍ତି ଯେଉଁମାନେ କ୍ଷୀର ପିଅନ୍ତି ନାହିଁ ଏହାର କାରଣ ହେଉଛି ସେମାନଙ୍କର କ୍ଷୀର ହଜମ ହୁଏ ନାହିଁ । ଯେତେବେଳେ ବି ସେମାନେ କ୍ଷୀର ପିଅନ୍ତି, ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଥାଏ କିମ୍ବା ଆଲର୍ଜି ହୋଇଥାଏ କିନ୍ତୁ କ୍ଷୀର ଆମ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏଥିପାଇଁ ଆପଣ ଘୋଡା କ୍ଷୀର ପିଇପାରିବେ । ଏହା ସହଜରେ ହଜମ କରିବା ସହିତ ଆଲର୍ଜି ସମସ୍ୟା ମଧ୍ୟ ଦୂର କରିଥାଏ ।

ରକ୍ତର ଅଭାବ ହୋଇନଥାଏ:

ରକ୍ତହୀନତା ରୋଗୀଙ୍କ ପାଇଁ, ଘୋଡା କ୍ଷୀର ବରଦାନ ଭଳି କାମ ଦେଇଥାଏ । ଏହାକୁ ପିଇବା ଦ୍ୱାରା ରକ୍ତର ଆଭାବ ଦୂର ହୋଇଥାଏ ।

ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ:

ଘୋଡା କ୍ଷୀର କେବଳ ଆପଣଙ୍କ ଶରୀରରେ ରକ୍ତ ଅଭାବ ପୂରଣ କରିନଥାଏ, ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏଥିରେ ମିଳୁଥିବା ଉପାଦାନଗୁଡ଼ିକ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।

ଚର୍ମ ସମ୍ୱନ୍ଧୀୟ ସମସ୍ୟା ଦୂର କରିଥାଏ:

ଯଦି ଆପଣଙ୍କର ଚର୍ମ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଥାଏ ତେବେ ଘୋଡା କ୍ଷୀର ପିଅନ୍ତୁ, ଏହା ଆପଣଙ୍କ ଚର୍ମର ପ୍ରତ୍ୟେକ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ ।

ଶ୍ୱାସଜନିତ ରୋଗ ଦୂର କରିଥାଏ:

କରୋନା ଅବଧିରେ ଶ୍ୱାସକ୍ରିୟାର ସମସ୍ୟା ହେଉଛି ଏକ ବିପର୍ଯ୍ୟୟ | ଯେତେବେଳେ ଶ୍ୱାସ ରୋଗୀମାନଙ୍କର ଯେତେବେଳେ ନିଶ୍ୱାସ ବନ୍ଦ ହୋଇଯାଇଥାଏ ତାହାର ପରିଣାମ କଣ ହୋଇଥାଏ କେବଳ ସେହିମାନେ ହିଁ ଜାଣିଥାନ୍ତି । ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘୋଡା କ୍ଷୀର ପିଅନ୍ତୁ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ