ଦେଶ ବିଦେଶ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରକ୍ଷାମନ୍ତ୍ରୀଙ୍କୁ ଭେଟି ମାଲକାନଗିରି ଓ ନବରଂଗପୁରରେ ସୈନିକ ସ୍କୁଲ ଦାବି କଲେ ନବରଂଗପୁର ସାଂସଦ

ମାଲକାନଗିରି: ଓଡିଶାର ସବୁଠାରୁ ଦୁର୍ଗମ ତଥା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମଧ୍ୟରୁ ମାଲକାନଗିରି ଏବଂ ନବରଂଗପୁର ଅନ୍ୟତମ। ଏହି ଦୁଇ ଜିଲ୍ଲାରେ ବହୁ ସଂଖ୍ୟାରେ ଆଦିବାସୀ ସଂପ୍ରଦାୟର ଲୋକେ ବାସ କରନ୍ତି। ଏହି ଜିଲ୍ଲାର ପିଲାମାନେ ଦେଶ ପାଇଁ କିଛି କରିବାର ସ୍ବପ୍ନ ଦେଖୁଛନ୍ତି।ତେଣୁ ସେମାନଙ୍କ ପାଇଁ ଏହି ଦୁଇ ଜିଲ୍ଲାରେ ଦୁଇଟି ସୈନିକ ସ୍କୁଲ ଖୋଲିଯାଉ ବୋଲି ନବରଂଗପୁର ସାଂସଦ ରମେଶ ଚନ୍ଦ୍ର ମାଝି କେନ୍ଦ୍ର ରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟି ଦାବି କରିଛନ୍ତି। ଯାହାଫଳରେ ଏଠାର ପିଲାମାନେ ପାଠ ପଢିବା ସହ ଦେଶ ପାଇଁ କିଛି କରିବାରେ ସଫଳ ହୋଇପାରିବେ। ସେମାନଙ୍କ ପାଠ ସହ ସମସ୍ତ ପ୍ରକାର ତାଲିମ ମିଳିପାରିବ। ଏହି ଦୁଇ ଜିଲ୍ଲାକୁ ଲାଗି ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ ଲାଗି ରହିଛି। ଏହା ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ସହ ସାକ୍ଷାତ କରି ଏନେଇ ଆଲୋଚନା କରିଥିବା ସାଂସଦ ରକ୍ଷାମନ୍ତ୍ରୀଙ୍କୁ କହିଥିଲେ। ତେଣୁ ଆଗାମୀ ଦିନରେ ଏହି ଦୁଇ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ସୈନିକ ସ୍କୁଲ ହେଲେ ଏଠାର ଆଦିବାସୀ ପିଲମାନେ ଆଗକୁ ବଢିପାରିବେ ଏବଂ ଦେଶ ପାଇଁ କିଛି କରିପାରିବେ ବୋଲି ସାଂସଦ ଅନୁରୋଧ କରି କହିଛନ୍ତି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି