ଭଗବାନ ଶ୍ରୀକୃଷ୍ଣ ରଣଭୂମୀରେ ଅର୍ଜ୍ଜୁନଙ୍କୁ ଅସ୍ତ୍ର ଉଠାଇବାକୁ କେବଳ ପ୍ରେରିତ କରିନଥିଲେ। ଏହି ଛଳରେ ସେ ଯେଉଁ ଅମୂଲ୍ୟ ଉପଦେଶମାନେ ଦେଇଥିଲେ ଭଗବତ ଗୀତା ଭାବେ ଆଜି ବି ସମଗ୍ର ମନବ ସମାଜକୁ ଦିଗଦର୍ଶନ ଦେଇଆସୁଛି। ଜୀବନରେ ସୁଖ, ଦୁଃଖ, ବିପଦ ଆଦି ସମ୍ପର୍କରେ ଗୀତା ରୂପକ ମାଳାରେ ସେ ଶ୍ଲୋକର ଯେଉଁ ମୋତି ଗୁନ୍ଥି ଥିଲେ ତାହା ପ୍ରତିଟି ମାନବର ପଥ ପ୍ରଦର୍ଶନ ନିମନ୍ତେ ଅର୍ପିତ ହୋଇଛି।
ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ ଶ୍ଲୋକରେ ଯେଉଁ ସନ୍ଦେଶ ଦେଇଥିଲେ ତାକୁ ଧର୍ମରାଜ ଯୁଦ୍ଧିଷ୍ଠିର ଜୀବନର ସୂତ୍ରରେ ରୂପାନ୍ତରିତ କରିଥିଲେ। ଉତ୍ତମ ମାନର ଜୀବନଧାରଣ ନିମନ୍ତେ ଯୁଦ୍ଧିଷ୍ଠିରଙ୍କୁ ଗୃହରେ ସର୍ବଦା ୫ଟି ଜିନିଷ ସାଇତି ରଖିବାକୁ ପରାମର୍ଶ ଦେଇଥିଲେ ଶ୍ରୀକୃଷ୍ଣ। ଯେଉଁଗୁଡିକ ଜୀବନକୁ ସୁଖୀ ଓ ସମୃଦ୍ଧ କରିବାକୁ ଯଥେଷ୍ଟ। ଏଥିରେ ଭଗବାନ କୃଷ୍ଣ ଜଳକୁ ସର୍ବାଧିକ ମହତ୍ୱ ଦେଇଥିବା ବେଳେ ଚନ୍ଦନ, ଗୋ ଘୃତ, ମହୁ ଓ ବୀଣା ରଖିବାକୁ କହିଥିଲେ।
ଭଗବାନ ଶ୍ରୀକୃଷ୍ଣ ଯୁଦ୍ଧିଷ୍ଠିରଙ୍କୁ ତାଙ୍କ ରାଜ୍ୟରେ ସମୁଚିତ ଜଳର ବ୍ୟବସ୍ଥା କରିବାକୁ କହିଥିଲେ। ଯେପରି ରାଜ୍ୟର ପ୍ରଜା ଜଳ କଷ୍ଟ ଜନିତ ସମସ୍ୟାରେ ନ ପଡନ୍ତି। ବିଭିନ୍ନ ହିନ୍ଦୁ ଧର୍ମଗ୍ରନ୍ଥରେ ଜଳର ମହିମାମୟ ବର୍ଣ୍ଣନା ବି ମିଳେ । ଘରେ ଶୁଦ୍ଧ ଜଳର ଉପସ୍ଥିତି ପରିବେଶକୁ ସକାରତ୍ମକ ରଖିଥାଏ। ଶ୍ରୀକୃଷ୍ଣ ଘରେ ଚନ୍ଦନ ରଖିବା ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ। ଏଥିଲାଗି ତାଙ୍କୁ ସାପମାନଙ୍କର ଉଦାହରଣ ବି ଦେଇଥିଲେ। ଚନ୍ଦନ ଗଛରେ ସାପ ଗୁଡେଇ ହୋଇ ରହନ୍ତି। ହେଲେ ଚନ୍ଦନର ଗୁଣ ଉପରେ ସାପମାନଙ୍କ ବିଷ ତତ୍ୱ ନଥାଏ। ସେହିପରି ଘରେ ଉତ୍କୃଷ୍ଟ ଚନ୍ଦନର ଉପସ୍ଥିତି ଘରର ସମସ୍ତ ନକରାତ୍ମକତା ନାଶ କରି ଖରାପ ଶକ୍ତିଙ୍କ କବଳରୁ ଘରକୁ ରକ୍ଷା କରିଥାଏ।
ଗ୍ରାହ୍ୟସ୍ଥଙ୍କ ଘରେ ଗୋ ଘୃତ ରଖିବା ଅପରିହାର୍ଯ୍ୟ ବୋଲି ଯୁଦ୍ଧିଷ୍ଠିରଙ୍କୁ ଶ୍ରୀକୃଷ୍ଣ କହିଥିଲେ। ଏମିତିରେ ଶ୍ରୀକୃଷ୍ଣଙ୍କ ବାଲ୍ୟ ଜୀବନ ଗୋ ଗୋଷ୍ଠରେ ବିତିଥିଲା। ଗୋ ସେବାକୁ ମାନବର ପରମଧର୍ମ ବୋଲି ଶ୍ରୀକୃଷ୍ଣ ନିଜ ଉକ୍ତିରେ ବି କହିଛନ୍ତି। ଏଥିରେ ଗୋ ଘୃତର ଘରେ ଅବସ୍ଥାନ ସମସ୍ତ ନକରାତ୍ମକତାର ନାଶକୁ ବୁଝାଏ। ପୂଜା ସ୍ଥାନରେ ଗୋ ଘୃତର ଦୀପଟିଏ ପ୍ରଜ୍ୱଳନ ଘରର ସୁଖ ସମୃଦ୍ଧିକୁ ଆମନ୍ତ୍ରଣ କରିଥାଏ।
ସେହିପରି ମହୁକୁ ଅତ୍ୟନ୍ତ ପବିତ୍ର ପ୍ରାକୃତିକ ଖାଦ୍ୟ ପଦାର୍ଥ ବୋଲି କହିଛନ୍ତି ଶ୍ରୀକୃଷ୍ଣ। ମହୁ ଯୋଗୁ ଗୃହର ବାତାବରଣ ବିଶୁଦ୍ଧ ରହିବା ସହ ସକରାତ୍ମକତା ସୃଷ୍ଟି ଲାଗି ଏଥିରେ ଅପୂର୍ବ ଶକ୍ତି ରହିଛି। ଏଣୁ ଘରେ ଘୃତ ଭଳି ମହୁକୁ ସ୍ଥାନ ଦେବା ସହ ଏହାର ନିତ୍ୟ ବ୍ୟବହାର ଉପରେ ବି ଗୁରୁତ୍ୱ ଦେଇଥିଲେ। ଏହା ଛଡା ବାଦ୍ୟ ଯନ୍ତ୍ର ବୀଣାର ଘରେ ଉପସ୍ଥିତିକୁ ମଧ୍ୟ ଗୁରୁତ୍ୱପୁର୍ଣ୍ଣ କହିଛନ୍ତି। ବୀଣା ବାଗଦେବୀ ସରସ୍ୱତୀଙ୍କ ପ୍ରୀୟ ବାଦ୍ୟ। ଏଣୁ ବୀଣା ଥିବା ସ୍ଥାନକୁ ସରସ୍ୱତୀଙ୍କ ଆଗମନ ହୋଇଥାଏ। ଫଳରେ ଗୃହରେ ଭଗବତୀଙ୍କ ନିବାଶ ଯୋଗୁ ଲୋକଙ୍କ ବୁଦ୍ଧିର ବି ବିକାଶ ହୋଇଥାଏ। ଏଣୁ ଘରେ ବୀଣାଟିଏ ବି ରଖିବାକୁ ଯୁଦ୍ଧିଷ୍ଠିରଙ୍କୁ ପରାମର୍ଶ ଦେଇଥିଲେ ଶ୍ରୀକୃଷ୍ଣ।
Trending
- ନବୀନଙ୍କୁ ୨୫ ବର୍ଷ ସୁଯୋଗ ଦେଲ, ଆମକୁ ୫ ବର୍ଷ ଦିଅ: ଶାହ
- ବସ୍-ଡମ୍ଫର ମୁହାଁମୁହିଁ: ୧୪ ଆହତ, ୪ ଗୁରୁତର
- ବିଜେପି ଛାଡ଼ିଲେ ରମାରଞ୍ଜନ
- ମାଟି ଅତଡ଼ା ଖସି ୩ ଶ୍ରମିକଙ୍କ ମୃତ୍ୟୁ
- ନିର୍ବାଚନୀ ହିଂସା: ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ-ଏସପିଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
- ଭୁବନେଶ୍ବରରେ ନଡ୍ଡାଙ୍କ ରୋଡ୍ ସୋ
- ପୁଲିସ ଗାଡ଼ି ଉପରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ବର୍ତ୍ତିଲେ ଥାନା ଅଧିକାରୀ
- ଓଡ଼ିଶାରେ ମଧ୍ୟ ବିଜେପି ସରକାର ଆସୁ ବୋଲି ଓଡ଼ିଶାବାସୀ ଚାହୁଁଛନ୍ତି: ଲୋକସଭା ବାଚସ୍ପତି ଓମ୍ ବିର୍ଲା
Saturday, May 18