ଭାରତ ଓ ସନାତନ ଧର୍ମ ହେଉଛି ପୌରାଣିକ ଶାସ୍ତ୍ର ଓ ପୁରାଣର ଭଣ୍ଡାର । ପୁରାଣ ଓ ଶାସ୍ତ୍ରରେ ମାନବ ସମାଜକୁ ଶୃଙ୍ଖଲିତ ଓ ସୁଖୀ କରିବା ପାଇଁ ଅନେକ ଉପାଦେୟ ବାର୍ତ୍ତା ରହିଛି । ଏଥିରେ ରହିଥିବା କାହାଣୀଗୁଡିକ ମଧ୍ୟ ମନୋରଞ୍ଜନ ଦୃଷ୍ଟି କୋଣରୁ ଅତ୍ୟନ୍ତ ଉଚ୍ଚକୋଟୀର । ପୌରାଣିକ ପଣ୍ଡିତ ମାନେ ୪ଯୁଗର ପରିକଳ୍ପନା କରିଛନ୍ତି । ସତ୍ୟ, ତ୍ରେତୟା , ଦ୍ବାପର ଏବଂ କଳିଯୁଗ । ବର୍ତ୍ତମାନ କଳିଯୁଗ ଚାଲିଥିବା କୁହାଯାଉଛି ।
ବିଭିନ୍ନ ଯୁଗରେ ଭଗବାନ ଜଣେ ଯୁଗପୁରୁଷ ଭାବେ ଅବତାର ଗ୍ରହଣ କପରିଥିବା ସମସ୍ତ ପୁରାଣରେ ବର୍ଣ୍ଣିତ ରହିଛି । ସେହି କ୍ରମରେ ତ୍ରେତୈୟା ଯୁଗରେ ଭଗବାନ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଅବତାର ଗ୍ରହଣ କରିଥିଲେ । ରାମାୟାଣ ବାଲ୍ମୀକି ରଚନା କରିଥିଲେ । ଏହି ପୁରାଣର କଥାବସ୍ତୁ ଅନୁସାରେ ପିତୃସତ୍ୟ ପାଳିବା ପାଇଁ ଶ୍ରୀରାମଚନ୍ଦ୍ରଙ୍କୁ ୧୪ବର୍ଷ ବନବାସ ଯିବାକୁ ପଡିଥିଲା ।
ଶ୍ରୀରାମଚନ୍ଦ୍ର ବନବାସରେ ଯିବାବେଳେ ତାଙ୍କ ସହିତ ତାଙ୍କ ପତ୍ନୀ ମାତା ସୀତା ଓ ସାନଭାଇ ଲକ୍ଷ୍ମଣ ମଧ୍ୟ ଯାଇଥିଲେ । ଶ୍ରୀରାମଚନ୍ଦ୍ରଙ୍କୁ ଲକ୍ଷ୍ମଣ ନିଜର ଇଷ୍ଟ ଦେବତା ବୋଲି ମାନି ନେଇଥିଲେ । ସେଥିପାଇଁ ମାତା ସୀତା ଓ ଶ୍ରୀରାମଙ୍କ ସେବାରେ ଲକ୍ଷ୍ମଣ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ଏମିତି ଦେଖିବାକୁ ଗଲେ ରାମାୟଣ ଅନୁସାରେ ଲକ୍ଷ୍ମଣଙ୍କ ତ୍ୟାଗ ହିଁ ଥିଲା ସବୁଠାରୁ ଅଧିକ ।
ବନବାସ ଯିବା ସମୟରେ ଶ୍ରୀରାମଚନ୍ଦ୍ର ନିଜ ପତ୍ନୀ ସୀତାଙ୍କୁ ସାଂଗରେ ନେଇ ଯାଇଥିଲେ । କିନ୍ତୁ ଲକ୍ଷ୍ମଣ ଦୀର୍ଘ ୧୪ବର୍ଷ ନିଜ ପତ୍ନୀଙ୍କୁ ଛାଡି ବଣରେ ରହିଥିଲେ । ବନବାସକୁ ଯିବା ସମୟରେ ଲକ୍ଷ୍ମଣଙ୍କ ପତ୍ନୀ ଉର୍ମୀଳା ମଧ୍ୟ ଲକ୍ଷ୍ମଣଙ୍କ ସହ ବନକୁ ଯିବାପାଇଁ ଆଗ୍ରହ ପ୍ରକାଶ କରିଥିଲେ । ହେଲେ ଲକ୍ଷ୍ମଣ ତାଙ୍କୁ ବନକୁ ଯିବା ଲାଗି ବାରଣ କରିବା ସହ ୪ମାତାଙ୍କ ସେବା କରିବାକୁ ନିର୍ଦ୍ଦେଶ ଦେଇ ଭାଇ ଓ ଭାଉଜଙ୍କ ସହ ବନବାସରେ ଚାଲିଯାଇଥିଲେ ।
ସୂଚନାଯୋଗ୍ୟ ଯେ, ଲକ୍ଷ୍ମଣଙ୍କ ପତ୍ନୀ ଉର୍ମୀଳା ହେଉଛନ୍ତି ମାତା ସୀତାଙ୍କର ମଧ୍ୟ ସାନ ଭଉଣୀ । ବନବାସ ସମୟରେ ଲଙ୍କାର ରାଜା ରାବଣ ମାତା ସୀତାଙ୍କ ହରଣ କରିଥିଲେ । ସୀତାଙ୍କୁ ରାବଣଙ୍କ କବଳରୁ ମୁକ୍ତି କରିବା ପାଇଁ ଘମାଘୋଟ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ରାବଣଙ୍କୁ ଶ୍ରୀରାମଚନ୍ଦ୍ର ବଧ କରିବା ପୂର୍ବରୁ ରାବଣର ଭାଇ କୁମ୍ଭକର୍ଣ୍ଣ, ରାବଣଙ୍କ ପୁଅ ଇନ୍ଦ୍ରଜିତଙ୍କ ଭଳି ବହୁ ବଡବଡ ଯୋଦ୍ଧାଙ୍କୁ ମଧ୍ୟ ବଦ୍ଧ କରିବାକୁ ହୋଇଥିଲା ।
ରାବଣଙ୍କ ପୁଅ ଇନ୍ଦ୍ରଜିତ ସମସ୍ତଙ୍କଠାରୁ ଅଧିକ ଦୁର୍ଦ୍ଦଶ ଆଉ ଅପରାଜେୟ ଥିଲେ । ସେ ଲକ୍ଷ୍ମଣଙ୍କ ଉପରକୁ ନାଗପାଶ ଅସ୍ତ୍ର ପ୍ରୟୋଗ କରି ଲକ୍ଷ୍ମଣଙ୍କୁ ମୂର୍ଛିତ କରିଦେଇଦେଇଥିଲେ । ତେବେ ଯୁଦ୍ଧରେ ଇନ୍ଦ୍ରଜିତଙ୍କୁ ଲକ୍ଷ୍ମଣ ହିଁ ବଧ କରିଥିଲେ । ଇନ୍ଦ୍ରଜିତ ନିଜ ତପସ୍ୟା ବଳରେ ବହୁ ଦୈବୀ ବର ପ୍ରାପ୍ତ ହୋଇଥିଲେ । ସେହିସବୁ ବର ଅନୁସାରେ ଯିଏ ୧୪ ବର୍ଷ ଅନିଦ୍ରା ରହିବା ସହ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିଥିବ ସେ ହିଁ ଇନ୍ଦ୍ରଜିତଙ୍କୁ ବଧ କରିପାରିବେ ।
ସଂଯୋଗକୁ ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ମାତା ସୀତାଙ୍କ ସେବା କରିବା ଲାଗି ବନବାସ ସମୟରେ ଲକ୍ଷ୍ମଣ ୧୪ ବର୍ଷ ଧରି ଶୋଇନଥିଲେ । ଏଥି ସହ ସେ ଓପାସରେ ରହିବା ସହ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିଥିଲେ । ଫଳରେ ସେ ଇନ୍ଦ୍ରଜିତଙ୍କୁ ବଧ କରିବାରେ ସକ୍ଷମ ହୋଇଥିଲେ । ଇନ୍ଦ୍ରଜିତଙ୍କୁ ବଧ ନକରିଥିଲେ ରାବଣଙ୍କୁ ପରାସ୍ତ କରିବା ସମ୍ଭବ ନଥିଲା ।
ମନରେ ନିଶ୍ଚୟ ପ୍ରଶ୍ନ ଉଙ୍କି ମାରିବ ଯେ, ଜଣେ ବ୍ୟକ୍ତି ୧୪ ବର୍ଷ ଧରି ଆହାର , ନିଦ୍ରା ଓ ମୈଥୁନଠାରୁ କିଭଳି ଦୂରେଇ ରହିପାରିଲା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଲକ୍ଷ୍ମଣଙ୍କ ଭାଗର ଶୋଇବା କାମଟି ଅଯୋଧ୍ୟାରେ ଥିବା ତାଙ୍କ ପତ୍ନୀ ଉର୍ମୀଳା କରୁଥିଲେ ।
ଏବେ ପ୍ରଶ୍ନ ଉଠୁଛି ଯେ, ୧୪ ବର୍ଷ ଧରି ଯଦି ଉର୍ମୀଳା ନିଜ ଭାଗର ଶୋଇବା ସହ ଲକ୍ଷ୍ମଣଙ୍କ ଭାଗର ଶୋଇବା ମଧ୍ୟ ଶୋଉଥିଲେ ତାହେଲେ କେତେବେଳେ ୪ମାତାଙ୍କ ସେବା କରୁଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ବନବାସରେ ଆସିବା ପୂର୍ବରୁ ମା ସୀତା ଉର୍ମୀଳାଙ୍କୁ ବରଦେଇଥିଲେ ଯେ, ସେ ଏକାବେଳେ ୩ଟି କାମ କରିପାରିବେ । ସେହି ବର ଅନୁସାରେ ସେ ଏକାବେଳେ ନିଜ ପାଇଁ ଓ ଲକ୍ଷ୍ମଣଙ୍କ ପାଇଁ ଶୋଇବା ସହ ମାତାମାନଙ୍କର ସେବା କରିପାରୁଥିଲେ ।
Trending
- ନବୀନଙ୍କୁ ୨୫ ବର୍ଷ ସୁଯୋଗ ଦେଲ, ଆମକୁ ୫ ବର୍ଷ ଦିଅ: ଶାହ
- ବସ୍-ଡମ୍ଫର ମୁହାଁମୁହିଁ: ୧୪ ଆହତ, ୪ ଗୁରୁତର
- ବିଜେପି ଛାଡ଼ିଲେ ରମାରଞ୍ଜନ
- ମାଟି ଅତଡ଼ା ଖସି ୩ ଶ୍ରମିକଙ୍କ ମୃତ୍ୟୁ
- ନିର୍ବାଚନୀ ହିଂସା: ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ-ଏସପିଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
- ଭୁବନେଶ୍ବରରେ ନଡ୍ଡାଙ୍କ ରୋଡ୍ ସୋ
- ପୁଲିସ ଗାଡ଼ି ଉପରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ବର୍ତ୍ତିଲେ ଥାନା ଅଧିକାରୀ
- ଓଡ଼ିଶାରେ ମଧ୍ୟ ବିଜେପି ସରକାର ଆସୁ ବୋଲି ଓଡ଼ିଶାବାସୀ ଚାହୁଁଛନ୍ତି: ଲୋକସଭା ବାଚସ୍ପତି ଓମ୍ ବିର୍ଲା
Sunday, May 19