ଖେଳ ଦେଶ ବିଦେଶ

କଙ୍ଗାରୁ ଆକୃତିର କେକ୍ କାଟିଲେନି ରାହାଣେ, କାରଣ ଜାଣିବା ପରେ ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ, ୩୧/୦୧: ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ହାସଲ କରିବା ପରେ ଭାରତୀୟ କ୍ରିକେଟର ଆଜିଙ୍କ୍ୟ ରାହାଣେଙ୍କୁ ଖୁବ୍ ପ୍ରଶଂସା କରାଯାଉଛି । କୋହଲିଙ୍କ ଅନୁପସ୍ଥିତିରେ ରାହାଣେଙ୍କ ନେତୃତ୍ୱରେ ଭାରତ ୨-୧ରେ ସିରିଜ କବଜା କରିଥିଲା । ସେ ଯେବେ ଭାରତ ଫେରିଲେ କଙ୍ଗାରୁ ଫଟୋ ଥିବା ଏକ କେକ୍ ନକାଟି ଚର୍ଚ୍ଚାରେ ରହିଛନ୍ତି । ସେ କଣ ପାଇଁ ଏପରି କେକ୍ କାଟିନଥିଲେ ସେନେଇ ମତ ଦେଇଛନ୍ତି ।

ରାହାଣେ କହିଛନ୍ତି ଯେ, କଙ୍ଗାରୁ ଅଷ୍ଟ୍ରେଲିଆର ଜାତୀୟ ପଶୁ । ସେ ଏପରି କରିପାରିବେ ନାହିଁ । ବିପକ୍ଷ ଦଳକୁ ସମ୍ମାନ ଦେବା ଆବଶ୍ୟକ । ଜିତିବା ପରେ ବି ବିପକ୍ଷ ଦଳ ସହ ଭଲ ବ୍ୟବହାର ପ୍ରଦର୍ଶନ କରିବା ଉଚିତ । ନିଜର ପ୍ରତିଦ୍ୱନ୍ଦ୍ୱୀ ଓ ଅନ୍ୟ ଦେଶ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଆବଶ୍ୟକ । ତେଣୁ ସେ କେକ୍ ନକାଟିବାକୁ ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ଜିତିବା ପରେ ରାହାଣେ ଦାଦର ସ୍ଥିତ ନିଜ ଘରକୁ ଫେରିଥିଲେ । ତାଙ୍କ ପଡୋଶୀମାନେ ଏକ ପାର୍ଟିର ଆୟୋଜନ କରିଥିଲେ । ଏହାସହ କେକ୍ ଆଣିଥିଲେ । କେକରେ କଙ୍ଗାରୁ ତିଆରି ହୋଇଥିଲା । ରାହାଣେ ଏହାକୁ ଦେଖି କାଟିବାକୁ ମନା କରିଦେଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସମସ୍ତେ ରାହାଣେଙ୍କ ଏପରି ବ୍ୟବହାରକୁ ପ୍ରଶଂସା କରିଛନ୍ତି ।

ରାହାଣେ ଆହୁରି ମଧ୍ୟ କହିଛନ୍ତି ଯେ, ଅଷ୍ଟ୍ରେଲିଆ ଗସ୍ତ ଶେଷ ହୋଇଯାଇଛି । ସେ ଆଉ ଅଧିନାୟକ ନୁହଁନ୍ତି । ସେ ଏବେ ଇଂଲଣ୍ଡ ବିପକ୍ଷ ସିରିଜ ଉପରେ ନଜର ରଖିଛନ୍ତି । ଏବେ ଆଗାମୀ ଲକ୍ଷ୍ୟ ଉପରେ ସେ ଅଧିକ ଧ୍ୟାନ ଦେଉଥିବା କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ