ଦେଶ ବିଦେଶ ମନୋରଞ୍ଜନ

ପତ୍ନୀଙ୍କୁ ଝୁରି ଝୁରି ଆରପାରିକୁ ଚାଲିଗଲେ ଚର୍ଚ୍ଚିତ ଅଭିନେତା ଇନ୍ଦ୍ରଜିତ

କୋଲକାତା, ୩୧/୧: ବେଙ୍ଗଲି ସିନେମା ଜଗତର ଦକ୍ଷ ଅଭିନେତା ଇନ୍ଦ୍ରଜିତ ଦେବ୍‌ଙ୍କର ହୃଦ୍‌ଘାତରେ ପରଲୋକ ଘଟିଛି । ଗତକାଲି ସକାଳ ସମୟରେ ଛାତିରେ ଯନ୍ତ୍ରଣା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । କିଛି ବର୍ଷ ହେବ ସେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ । ତାଙ୍କ ପରଲୋକରେ ବେଙ୍ଗଲି ସିନେମା ଇଣ୍ଡଷ୍ଟ୍ରି ଜଣେ ବଡ଼ କଳାକାରଙ୍କୁ ହରାଇଛି । ଏ ନେଇ ବେଙ୍ଗଲି କଳାକାର ମହଲରେ ଶୋକର ଛାୟା ଖେଳି ଯାଇଛି ।

ଇନ୍ଦ୍ରଜିତ୍‌ ତାଙ୍କର ଦକ୍ଷ ଏବଂ ଚମତ୍କାର ଅଭିନୟ ପାଇଁ ସାରା ରାଜ୍ୟରେ ପରିଚିତ ଥିଲେ । ସେ ଅନେକ ଟିଭି ଶୋ ଏବଂ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିଣି ପାରିଥିଲେ । ପ୍ରଥମେ ସେ ଥିଏଟର୍‌ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହାପରେ “ତେରୋ ପାର୍ବନ” ଟିଭି ଶୋରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ । ଡିଡି ବଙ୍ଗଳାର ବିଭିନ୍ନ ଟିଭି ଶୋରେ ସେ ଅଭିନୟ କରି ଜଣେ ଦକ୍ଷ କଳାକାର ଭାବେ ଘରେ ଘରେ ପରିଚୟ ସୃଷ୍ଟି କରିପାରିଥିଲେ । ସେ ଦିପ୍ତି ରୟଙ୍କ ଡ୍ରାମା “ରାଣି ରସମଣି”ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ ।

କିଛିବର୍ଷ ପୂର୍ବେ ଅନ୍ଦ୍ରଜିତ୍‌ ପତ୍ନୀଙ୍କୁ ହରାଇଥିଲେ । ସେ କ୍ୟାନ୍‌ସର ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ । ପତ୍ନୀ ଚାଲିଯିବା ପରେ ଇନ୍ଦ୍ରଜିତ ତାଙ୍କ ଭାଇଙ୍କ ପାଖରେ ରହୁଥିଲେ । କିଛିଦିନ ଧରି ସେ ଅସୁସ୍ଥ ଥିଲେ । ସେ କିଡନୀ ରୋଗରେ ପୀଡ଼ିତ ଥିବା ବେଳେ ପତ୍ନୀଙ୍କୁ ଅଧିକ ମନେପାକାଉଥିଲେ ବୋଲି ତାଙ୍କ ପରିବାର ଲୋକ କହିଛନ୍ତି ।।

ତେବେ ତାଙ୍କର ହଠାତ ମୃତ୍ୟୁରେ ବେଙ୍ଗଲି ଅଭିନେତାମାନେ ଶୋକ ପ୍ରକାଶ କରିଛନ୍ତି । ଅଭିନେତା ସୁଦିପ୍ତ ଚକ୍ରବର୍ତ୍ତୀ ତାଙ୍କ ସହ ବିତେଇଥିବା ସମୟ ଏବଂ ସ୍ମୃତିକୁ ମନେପକାଇ ଟ୍ୱିଟ୍‌ ଯୋଗେ ଦୁଃଖ ପ୍ରକାଶ କରଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ