ଅପରାଧ ରାଜ୍ୟ

୭ କିଲୋ ନକଲି ଟାଟା ଚା ଜବତ; ବ୍ୟବସାୟୀ ଅଟକ

ଯାଜପୁର ୧୩/୧୦: ଟାଟା କମ୍ପାନୀ ପକ୍ଷରୁ ଚଢ଼ଉ ବିରଜା ହାଟରୁ ନକଲି ଟାଟା ଚା ଜବତ। ଯାଜପୁର ଟାଉନ ଥାନା ଅନ୍ତର୍ଗତ ବିରଜା ହାଟରୁ ନକଲି ଟାଟା-ଚା ଜବତ କରାଯାଇଛି। ଏହି ଘଟଣାର ଜଣେ ବ୍ୟବସାୟୀଙ୍କୁ ଅଟକ ରଖି ଟାଉନ ପୁଲିସ ପଚରାଉଚୁରା କରୁଛି। ସୂଚନା ଅନୁସାରେ, ଯାଜପୁର ସାପ୍ତାହିକ ବିରଜା ହାଟରେ ଟାଟା କମ୍ପାନୀର ଛାପା ଥିବା ନକଲି ଚା ଗ୍ରାହକଙ୍କୁ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା। ଫଳରେ କମ୍ପାନୀର ବରିଷ୍ଠ ଅଧିକାରୀ ଟୋଟୋନ ଚକ୍ରବର୍ତ୍ତିଙ୍କ ନେତୃତ୍ବରେ ଏକ ଟିମ୍‌ ଯାଜପୁରରେ ପହଞ୍ଚି ଟାଉନ ପୋଲିସର ସହାୟତାରେ ବିରଜା ହାଟରେ ଚଢାଉ କରିଥିଲେ। ଏହି ସମୟରେ ବ୍ୟବସାୟୀ ବିରଞ୍ଚି ନାରାୟଣ ମଲ୍ଲିକଙ୍କ ପାଖରୁ ୭ କିଲୋରୁ ଅଧିକ ପରିମାଣର ନକଲି ଟାଟା ପ୍ରିମିୟମ ଚା ଜବତ କରାଯାଇଛି। ଏହି ଘଟଣାରେ ବ୍ୟବସାୟୀଙ୍କୁ ଅଟକ ରଖାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।