ରାଜ୍ୟ

୪ଟି କମ୍ପାନିକୁ ଔଷଧ ନିଗମରେ ବାରଣ: ନିମ୍ନମାନର ଔଷଧ ପାଇଁ ୬ବର୍ଷରେ ୫୯ କମ୍ପାନି ହେଲେଣି ସାମିଲ

ଭୁବନେଶ୍ବର: ନିମ୍ନମାନର ଔଷଧ ଯୋଗାଣ ପାଇଁ ରାଜ୍ୟ ଔଷଧ ନିଗମ ଚଳିତବର୍ଷ ୪ଟି କମ୍ପାନିକୁ ବାରଣ କରିଛି। ଏଥିରେ ପଞ୍ଜାବର ୨, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରର ଗୋଟିଏ ଲେଖାଏ କମ୍ପାନି ରହିଛନ୍ତି। ଏସବୁ କମ୍ପାନି ୧ବର୍ଷ ପାଇଁ ନିଗମର କୌଣସି ପ୍ରକାର ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇପାରିବେ ନାହିଁ। ୨୦୧୭ ମସିହାରୁ ବର୍ତ୍ତମାନ ସୁଦ୍ଧା ୫୯ଟି କମ୍ପାନି କଳା ତାଲିକାଭୁକ୍ତ ହୋଇସାରିଲେଣି।

ବାରଣ ହୋଇଥିବା କମ୍ପାନି ଭିତରେ ପଞ୍ଜାବର ଏଏନ୍‌ଜି ଲାଇଫସାଇନ୍ସ, ଜାକ୍‌ସନ ଲାବୋରେଟାରି, ପଶ୍ଚିମବଙ୍ଗର ଲା-କେମିକୋ ଓ ମହାରାଷ୍ଟ୍ରର ଏଗୋଗ ଫାର୍ମା ରହିଛି। ‘ନିରାମୟ’ ଯୋଜନାରେ ସରକାରୀ ଡାକ୍ତରଖାନାକୁ ମାଗଣାରେ ଔଷଧ ଯୋଗାଯାଉଛି। ରାଜ୍ୟ ଔଷଧ ନିଗମ ଜରିଆରେ ଔଷଧ କିଣାଯାଇ ବଣ୍ଟନ କରାଯାଉଛି। ୨୦୨୨-୨୩ ଆର୍ଥିକ ବର୍ଷରେ ନିଗମ ପ୍ରାୟ ୭ଶହ ପ୍ରକାରର ଔଷଧ କିଣିଥିଲା। ଚଳିତବର୍ଷ ପାଇଁ ନିଗମ ପକ୍ଷରୁ କେତେ ଔଷଧ କିଣାଯିବ ତାହାର ତାଲିକା ପ୍ରସ୍ତୁତ ହୋଇନାହିଁ। ତେବେ ଡାକ୍ତରଖାନାକୁ ବଣ୍ଟନ କରିବା ପୂର୍ବରୁ ନିଗମ ପକ୍ଷରୁ ଔଷଧମାନଙ୍କୁ ପରୀକ୍ଷା କରାଯାଉଛି। ଏଥିପାଇଁ ଦେଶରେ ଥିବା ଏନ୍‌ଏବିଏଲ୍‌ ପରୀକ୍ଷାଗାରକୁ ପରୀକ୍ଷା ପାଇଁ ପଠାଯାଉଛି। ନିଗମର ନିୟମ ଅନୁସାରେ ଯଦି କୌଣସି କମ୍ପାନିର ଔଷଧର ୩ଟି ବ୍ୟାଚ୍ ନିମ୍ନମାନର ରହିଥାଏ ତାହାଲେ ସଂପୃକ୍ତ ଔଷଧ(ଆଇଟମ୍‌)କୁ କଳା ତାଲିକାଭୁକ୍ତ କରାଯାଉଛି। ଏହାସହ ‌କୌଣସି କମ୍ପାନିର ୩ଟି ଆଇଟମ୍ ନିମ୍ନମାନର ରହିଥିଲେ ସଂପୃକ୍ତ କମ୍ପାନି କଳା ତାଲିକାଭୁକ୍ତ ହେଉଛି।

ରାଜ୍ୟ ଔଷଧ ନିଗମର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଡ୍ରଗ୍ ଏଣ୍ଡ କସ୍‌ମେଟିକ୍‌ ଆଇନରେ ନିମ୍ନମାନର ଔଷଧ ଯୋଗାଣକୁ ନେଇ କମ୍ପାନିକୁ କଳା ତାଲିକାଭୁକ୍ତ କରିବା ନେଇ କୌଣସି ନିୟମ ନାହିଁ। ମାତ୍ର ଓଡ଼ିଶାର ଲୋକଙ୍କୁ ନିମ୍ନମାନର ଔଷଧ ଯୋଗାଣରୁ ରକ୍ଷା କରିବା ପାଇଁ ନିଗମ ପକ୍ଷରୁ କଳା ତାଲିକାଭୁକ୍ତ କରାଯାଉଛି। ଏଥିରେ ଆଇଟମ୍‌(ଔଷଧ), ୩ଟି ଆଇଟମ୍‌ ପାଇଁ ୩ବର୍ଷ ପାଇଁ କଳା ତାଲିକାଭୁକ୍ତ କରାଯାଉଛି। ଏହାସହ ପ୍ରୋକ୍ୟୁରମେଣ୍ଟ ବା କିଣାକିଣିରେ କମ୍ପାନି ତରଫରୁ ସମସ୍ୟା ହେଲେ ୧ବର୍ଷ ପାଇଁ ବାରଣ କରାଯାଉଛି। ତେବେ କଳା ତାଲିକାଭୁକ୍ତ ସମୟ ପରେ ସଂପୃକ୍ତ କମ୍ପାନି ପୁନର୍ବାର ନିଗମର ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇପାରିବ ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।